/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଯେଉଁ କାମ ହାତକୁ ନେବେ ମନପ୍ରାଣ ଢାଳି କରିବେ। ଅଫିସରେ ଆପଣଙ୍କୁ ଭଲ ଖବର ମିଳିବ। ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆପଣ ନୂଆ ବିଚାର ସଂସ୍ପର୍ଶରେ ଆସିପାରନ୍ତି। ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନଲାଭର ସୁଯୋଗ ମିଳିବ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସୁଖଦ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଅନେକ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରନ୍ତୁ। ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ବ୍ୟବସାୟ ବୃଦ୍ଧି ଲାଗି ନୂଆ କୌଶଳ ପ୍ରୟୋଗ କରିବେ। ବେକାରଙ୍କୁ ରୋଜଗାର ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ କାର୍ଯ୍ୟଶୈଳୀ ଦେଖି କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବେପାରୀବର୍ଗ ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣଙ୍କ ମନରେ ନୂଆ ଆଶା ଉତ୍ପନ୍ନ ହେବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଖେଳାଳିଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: କାମକୁ ନୂଆ ଢଙ୍ଗରେ କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଆପଣଙ୍କ ସହିତ ସବୁକିଛି ଭଲ ହେବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାକୁ ଟପି ଯିବ। ପ୍ରିୟତମଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ନୂଆ ଜମି କିଣିବା ଲାଗି ଦିନଟି ଶୁଭ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବନ୍ଧୁ ସହିତ କଥା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗର୍ବ ଅନୁଭବ କରିବେ।
ମୀନ: ସଠିକ୍ ନିଷ୍ପତ୍ତି ଆପଣଙ୍କ ଜୀବନକୁ ସୁନ୍ଦର କରିବ। ବନ୍ଧୁ ଆପଣଙ୍କୁ ଅଧିକ ପ୍ରଶଂସା କଲେ ସାବଧାନ ରହନ୍ତୁ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/gata-kali-rasi-4-1.jpg)