ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।

ବୃଷ: ଆର୍ଥିକ ସ୍ଥିତିରେ ଉଠାପକା ଲାଗି ରହିବ। ମଉଜ ମଜଲିସ ପାଇଁ କିଛି ଭଲ ସୁଯୋଗ ପାଇବେ। ସ୍ବୟଂକୁ ସଠିକ୍ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ମିଥୁନ: କ୍ୟାରିୟର ବଦଳାଇବା ପାଇଁ କିଛି ନୂଆ ଅବସର ପାଇବେ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବ। ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କର୍କଟ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଯାନବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନରେ ସବୁ ଚିନ୍ତା ଦୂର ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ।

ସିଂହ: ମନରେ କୌଣସି କଥା ଦବି ରହିଥିଲେ ସମ୍ମୁଖକୁ ଆଣନ୍ତୁ। କାରବାରରେ ଯଥେଷ୍ଟ ଲାଭ ପାଇବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଙ୍କୁ ସାକ୍ଷାତକାରରେ ସଫଳତା ହାସଲ ହେବ।

କନ୍ୟା: ପୂଜାପାଠରେ ସମୟ ବିତିବ। ସାଧୁସନ୍ଥଙ୍କ ସହିତ ମିଶିବାର ଅବସର ପାଇବେ। ଘରକୁ ବନ୍ଧୁର ଆଗମନ ହୋଇପାରେ। ଆପଣଙ୍କୁ ରୋଜଗାରର ଭଲ ଅବସର ମିଳିବ। ପ୍ରେମ ଜୀବନ ମଧୁର ହେବ।

ତୁଳା: ଭାଗ୍ୟ ଆପଣଙ୍କ ସାଥ ଦେବ। ଧୈର୍ଯ୍ୟପୂର୍ବକ କଥାବାର୍ତ୍ତା କରନ୍ତୁ, ଲାଭ ହେବ। ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ଭରି ରହିବ।

ବିଛା: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। କୌଣସି ବଡ଼ ବା ଅଲଗା କାମ କରିବାରୁ ନିବୃତ୍ତ ରହନ୍ତୁ।

ଧନୁ: ଅନ୍ୟମାନଙ୍କର ଉତ୍ସାହ ଦେଖି ଉତ୍ସାହିତ ହେବେ। ଅନ୍ୟମାନଙ୍କର ଅବଶ୍ୟକତାକୁ ପୂରା କରିବାକୁ ଚେଷ୍ଟା କରିବେ। ସମାଜରେ ପ୍ରଭାବ ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ମକର: ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। କାର୍ଯ୍ୟକ୍ଷେତ୍ରରେ ଭଲ ସଫଳତା ପାଇବେ। ଜୀବନସାଥୀ ବହୁତ ପ୍ରଶଂସା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: କାରବାରରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ରାସ୍ତା ନଜର ଆସିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ଯାନ କିଣିବା ଲାଗି ମନ ବଳିବ।

ମୀନ: ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ନିଜ ଶକ୍ତିରେ ବହୁତ କିଛି ହାସଲ ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ରହିବ। ଧାର ଦେବାନେବାରୁ ନିବୃତ୍ତ ରହନ୍ତୁ।

ସମ୍ବନ୍ଧିତ ଖବର