ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ନେବେ। ବ୍ୟବସାୟରେ ଲାଭ କମ୍ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଶୁଭ।

ବୃଷ: ଅଧା କାମ ସଂପୂର୍ଣ୍ଣ ହେବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ସମ୍ବନ୍ଧରେ ଭାରସାମ୍ୟ ରଖି ଚଳନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ।

ମିଥୁନ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣ ଛୋଟଛୋଟ କଥାରେ ଖୁସି ଖୋଜିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବୃଦ୍ଧି ପାଇବ।

କର୍କଟ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ପରିବାର ଲୋକଙ୍କୁ ସମୟ ଦେବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

ସିଂହ: ବାପା ମାଆଙ୍କର ସହଯୋଗ ପାଇବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ।

କନ୍ୟା: ଆପଣ ଅଳ୍ପ ଆଳସ୍ୟ ଅନୁଭବ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ।

ତୁଳା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ବାପା ମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ସେ‌ତେ ଲାଭ ହେବ।

ବିଛା: ନୂଆ ଉତ୍ସରୁ ଧନଲାଭ ହେବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ।

ଧନୁ: ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ଶାରୀରିକ ରୂପେ ନିଜକୁ ସୁସ୍ଥ ଅନୁଭବ କରିବେ। ଆର୍ଥିକ ରୂପେ ଆପଣ ସଫଳତା ପାଇପାରିବେ।

ମକର: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବାରେ ସଫଳ ହେବେ। ସରକାରୀ କାମରେ ସଫଳତା ପାଇବେ।

କୁମ୍ଭ: ଘର କାମରେ ବ୍ୟସ୍ତ ରହିବେ। କୌଣସି କାମ ପାଇଁ ନୂଆ ଯୋଜନା ତିଆରି କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମୀନ: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ପଇସା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର