ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବ କଥାର ଝଞ୍ଜଟ ଠାରୁ ଦୂରରେ ରୁହନ୍ତୁ। ପାରିବାରିକ ବନ୍ଧୁ ଠାରୁ କୌଣସି ଖୁସି ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।‌

ବୃଷ: ସବୁ ଇଚ୍ଛା ପୂରଣ ହେବ। ଚାକିରିଜୀବୀଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ‌

ମିଥୁନ: କୌଣସି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରଣ ହେବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ରାଜନେତାଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଲାଗି ଶୁଭ।

କର୍କଟ: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବେପାର ବଢ଼ାଇବା ପାଇଁ ନୂଆ ଶୈଳୀ ଅବଲମ୍ବନ କରିବେ। ଅଚାନକ ଧନଲାଭ ହେବ। ମହିଳାମାନେ କିଣାକିଣି ପାଇଁ ସହରକୁ ଯିବେ।

ସିଂହ: ଅତ୍ୟଧିକ ଜିଦ୍ କରିବାରୁ ନିବୃତ୍ତ ରହନ୍ତୁ। ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପ୍ରେମରେ ସଫଳତା ପାଇବେ।

କନ୍ୟା: ଆପଣଙ୍କର କାମ ସହଜରେ ପୂରା ହୋଇଯିବ। ଧାର ଅର୍ଥ ଫେରସ୍ତ ପାଇବେ। ପ୍ରେମୀ ଯୁଗଳ ପରସ୍ପର ସହ ଖୁସିର ମୁହୂର୍ତ୍ତ ବିତାଇବେ। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।

ତୁଳା: ଅନ୍ୟମାନେ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ନିକଟ ସଂପର୍କୀୟଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ପ୍ରତି ସଜାଗ ଓ ଖାଦ୍ୟ ପାନୀୟ ପ୍ରତି ସଚେତନ ରହନ୍ତୁ।

ବିଛା: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ଘର ପ୍ରତି ଆପଣଙ୍କର ଦାୟିତ୍ବ ବଢ଼ିବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

ଧନୁ: ନୂତନ ପ୍ରତିଷ୍ଠା ହାସଲ କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ଖ୍ୟାତି ବୃଦ୍ଧି ହେବ।

ମକର: ଭାଗ୍ୟର ସହାୟତା ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

କୁମ୍ଭ: ଅଧିକତର ସମୟ ପରିବାର ଲୋକଙ୍କ ସହ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ମୀନ: ଦୋକାନୀଙ୍କ ଲାଗି ଦିନଟି ଭଲ ରହିବ। ଚାକିରି ମିଳିବା ହେତୁ ଖୁସି ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ।

ସମ୍ବନ୍ଧିତ ଖବର