ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ସୃଷ୍ଟି ହେବ। ଅଫିସରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ମନୋର˚ଜନ କାର୍ଯ୍ୟରେ ପଇସା ଖର୍ଚ୍ଚ ହେବ।

ବୃଷ: ଜୀବନରେ ମଉଜ ମସ୍ତି ପାଇଁ ଭଲ ଅବସର ପାଇବେ। ପ୍ରଥମେ ଯୋଜନା ତିଆରି କରି ଆଗକୁ ବଢ଼ନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ମିଥୁନ: ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ଅଜଣା ଲୋକଙ୍କ ସହିତ ଭଲ ଭାଷାରେ କଥା ହୁଅନ୍ତୁ। ମହିଳାମାନଙ୍କ ଲାଗି ଦିନଟି ଭଲ।

କର୍କଟ: ସାମାଜିକ କାର୍ଯ୍ୟ ପାଇଁ ପଡ଼ୋଶୀ ଆପଣଙ୍କୁ ପ୍ରଶ˚ସା କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ।

ସି˚ହ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବଡ଼ଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ। ବ୍ୟବସାୟୀ ବର୍ଗଙ୍କୁ ଧନଲାଭ ହୋଇପାରେ।

କନ୍ୟା: ପୁରୁଣା ଚିନ୍ତା ସମାପ୍ତ ହେବ। ବ୍ୟବସାୟରେ ଲାଭ ଆଣି ଦେବା ପାଇଁ କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ତୁଳା: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ନିଜକୁ ନିରର୍ଥକ କାମଠୁଁ ଦୂରରେ ରଖନ୍ତୁ। ପ୍ରେମ ସ˚ପର୍କରେ ମନସ୍କାମନା ପୂରଣ ହେବ।

ବିଛା: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଅପ୍ରତ୍ୟାଶିତ ଧନ ମିଳିପାରେ। ଦମ୍ପତି କୌଣସି ସମାରୋହକୁ ଯିବେ।

ଧନୁ: ବ୍ୟବସାୟରେ ଡିଲ୍‌ ପାଇଁ ବାହାରକୁ ଯିବେ। ସାହାସିକ ନିଷ୍ପତ୍ତି ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ବିବାହିତଙ୍କୁ ସୁଖ ପ୍ରାପ୍ତି ହେବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ମକର: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ବନ୍ଧୁ ଆସିବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

କୁମ୍ଭ: ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ସ୍ବାସ୍ଥ୍ୟ ପ୍ରତି ଭଲଭାବେ ଧୢାନ ଦିଅନ୍ତୁ।

ମୀନ: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ଘର ଲୋକଙ୍କ ସହିତ ବାହାରକୁ ବୁଲି ଯିବେ।

ସମ୍ବନ୍ଧିତ ଖବର