ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରକୁ ନେଇ ମନରେ ଲାଗି ରହିଥିବା ସଂଶୟ ଦୂର ହେବ। କୌଣସି କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବୃଷ: ଆପଣଙ୍କ ଜୀବନରେ ଖୁସି ଆସିବ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ।

ମିଥୁନ: ଭାବିଚିନ୍ତି ଅନ୍ୟମାନଙ୍କ ଆଗରେ ନିଜର କଥା ରଖନ୍ତୁ। ପୈତୃକ ସଂପତ୍ତିରୁ ଆପଣଙ୍କୁ ଲାଭ ମିଳିବ। ଛାତ୍ରୀଙ୍କୁ କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ।

କର୍କଟ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ହେବ। ମହିଳାମାନେ କିଣାକିଣି ପାଇଁ ସହରକୁ ଯାଇପାରନ୍ତି। ଘନିଷ୍ଠ ଲୋକମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି।

ସିଂହ: ଆମଦାନି-ରପ୍ତାନି କାରବାରରେ ଲାଭ ପାଇବେ। କଲେଜ ବେଳର ସାଙ୍ଗ ସହିତ ଦେଖା ହେବ। ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

କନ୍ୟା: ବ୍ୟବସାୟ ସମ୍ବନ୍ଧରେ ପରିବାରର ବଡ଼ଙ୍କ ପରାମର୍ଶ ନେଇପାରନ୍ତି। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ପରିବାର ସହିତ ତୀର୍ଥରେ ଯିବା ପାଇଁ ଯୋଜନା କରିବେ।

ତୁଳା: କ୍ୟାରିୟର କ୍ଷେତ୍ରରେ ପଥଭ୍ରଷ୍ଟ ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଧାରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ବିଛା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ପରିବାର ଲୋକଙ୍କ ସହିତ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ମିଶିବାର ମଉକା ମିଳିପାରେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ମାନ ମର୍ଯ୍ୟାଦା ବଢ଼ିବ। ଲୁଗା ବ୍ୟବସାୟୀଙ୍କୁ ଲାଭ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ଦିନଟି ଭଲ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।

ମକର: କୌଣସି ପୁରୁଣା ସମସ୍ୟା ଆପଣଙ୍କ ସମ୍ମୁଖକୁ ଆସିପାରେ। କୋର୍ଟ କଚେରି ମାମଲାଠୁଁ ଦୂରେଇ ରୁହନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

କୁମ୍ଭ: କୌଣସି ନିକଟ ସଂପର୍କୀୟଙ୍କୁ ବ୍ୟକ୍ତିଗତ କଥା କହିବେ। ମହିଳାମାନେ ଜିନିଷପତ୍ର କିଣିବା ପାଇଁ ବଜାରକୁ ଯାଇପାରନ୍ତି। ଛାତ୍ରଙ୍କୁ ଉତ୍ତମ ପରିଣାମ ହାସଲ ହେବ।

ମୀନ: ଆପଣଙ୍କୁ କିଛି ନୂଆ କରିବାକୁ ଇଚ୍ଛା ହେବ। ବ୍ୟବସାୟରେ ଅଧିକ ଲାଭ ପାଇବା ପାଇଁ କାହାରି ସହଯୋଗ ପାଇବେ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

ସମ୍ବନ୍ଧିତ ଖବର