ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ବହୁତ କାମ ଅଧୁରା ରହିପାରେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ।

ବୃଷ: ଆପଣଙ୍କୁ ବିଶେଷ ସୁଯୋଗ ମିଳିପାରେ। ବାପାଙ୍କ ସାହାଯ୍ୟରେ ଆପଣଙ୍କର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ପ୍ରେମ ଜୀବନ ମଧୁର ରହିବ।

କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗରେ ଉନ୍ନତିର ପଥ ପାଇବେ। ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ସିଂହ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ। ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ। ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି।

କନ୍ୟା: ବଡ଼ ବ୍ୟାବସାୟିକ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ଅବଶ୍ୟ ନିଅନ୍ତୁ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଘର ଖର୍ଚ୍ଚ ବଢ଼ିପାରେ।

ତୁଳା: ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚୟ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ବିଛା: କୌଣସି ବଡ଼ କଂପାନିରେ ଚାକିରି ପାଇଁ ଖବର ଆସିପାରେ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ଧନୁ: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରିପାରେ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିପାରେ।

ମକର: ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ। ସରକାରୀ ଚାକିରିଆଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

କୁମ୍ଭ: ବନ୍ଧୁ ସହ ଆଲୋଚନାରୁ ଆପଣଙ୍କୁ ଭଲ କାମ ମିଳିପାରେ। ଜୀବନସାଥୀଙ୍କ ସହ ବୁଲି ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ବାକି ପଡ଼ିଥିବା ପଇସା ପାଇବେ।

ମୀନ: ଠିକ୍ ସମୟରେ କାମ ଆରମ୍ଭ କରନ୍ତୁ, ସଫଳତା ମିଳିବ। ବରିଷ୍ଠଙ୍କ ସହ କଥା ହେବାବେଳେ ସଂଯମ ରଖନ୍ତୁ। ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

ସମ୍ବନ୍ଧିତ ଖବର