ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ସୁଦୃଢ଼ ହେବ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିବ। ଛାତ୍ର ନୂଆ ଜିନିଷ ଶିଖିବାର ଅବସର ପାଇବେ।

ବୃଷ: କୌଣସି ବି କାମ ପୂରା କରିବା ଲାଗି ବ୍ୟସ୍ତ ହୁଅନ୍ତୁ ନାହିଁ। ଛାତ୍ରଙ୍କର ଲେଖାପଢ଼ାରେ ମନ କମ୍ ମୋବାଇଲରେ ଅଧିକ ଲାଗିବ। ପୁରୁଣା ପ୍ରୟାସରେ ସଫଳତା ପାଇବେ।

ମିଥୁନ: କୌଣସି କାମରେ ବନ୍ଧୁର ସାହାଯ୍ୟ ପାଇବେ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ।

କର୍କଟ: ପ୍ରିୟବନ୍ଧୁ ଆପଣଙ୍କର ଖୁସିକୁ ଦିଗୁଣା କରିଦେବେ। ଘରର ବଡ଼ଙ୍କ ସହଯୋଗ ଓ ସମର୍ଥନ ମିଳିବ। କାରବାର ବୃଦ୍ଧି ପାଇଁ ନୂଆ ଅବସର ପାଇବେ।

ସିଂହ: ବ୍ୟାଙ୍କ ଖାତାରୁ କିଛି ପଇସା ବାହାର କରିବାକୁ ପଡ଼ିପାରେ। ଅଯଥା କାମରେ ସମୟ ବ୍ୟୟ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।

କନ୍ୟା: ଯେଉଁ କାମ କରିବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ। ନିଜର ଲକ୍ଷ୍ୟ ପ୍ରାପ୍ତି ଲାଗି ଅଧିକ ପ୍ରୟାସ କରିବେ।

ତୁଳା: ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ। ଅନ୍ୟମାନଙ୍କ ପରାମର୍ଶ ପ୍ରତି ଧ୍ୟାନ ଦେଲେ ଲାଭ ହେବ। ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ।

ବିଛା: ଜୀବନରେ କିଛି ପରିବର୍ତ୍ତନ ଆସିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ଉନ୍ନତିର ନୂଆ ସୁଯୋଗ ଆପଣଙ୍କ ସମ୍ମୁଖକୁ ଆସିବ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି।

ଧନୁ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଜୀବନସାଥୀଙ୍କ ସହ ବୁଲି ଯିବାର ଯୋଜନା କରିପାରନ୍ତି। ବିଦ୍ୟାର୍ଥୀଙ୍କୁ କ୍ୟ‌ାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।

ମକର: କୌଣସି କଥାକୁ ନେଇ ମନରେ ଉତ୍ସୁକତା ବଜାୟ ରହିବ। ଘରେ ଧାର୍ମିକ ଆୟୋଜନ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଭଲ କଂପାନିରୁ ଡାକରା ଆସିବ।

କୁମ୍ଭ: ଭାବନାରେ ସକାରାତ୍ମକତା ବଜାୟ ରହିବ। ଅନଲାଇନ ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଅଫିସ କାମରେ ଦୂର ସ୍ଥାନକୁ ଯିବେ।

ମୀନ: ଓକିଲଙ୍କୁ ନୂଆ ମକଦ୍ଦମା ମିଳିବ। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ଭାଇ ଭଉଣୀଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ। ଛାତ୍ର କୌଣସି ନୂଆ କଥା ଶିଖିବାର ଅବସର ପାଇବେ।

ସମ୍ବନ୍ଧିତ ଖବର