ମେଷ: ବାପା ମାଆ ଆପଣଙ୍କର ଖୁସି ଦେଖି ପ୍ରସନ୍ନ ହେବେ। କାମଧନ୍ଦା କ୍ଷେତ୍ରରେ ପରିବାରର ସହଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ବୃଷ: ସାମାଜିକ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରେ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: ଆର୍ଥିକ ସ୍ଥିତି ଚିନ୍ତାନଜନକ ହୋଇପାରେ। କିଛି ନୂଆ କରିବାକୁ ଭାବିବେ। ବୁଝି ବିଚାରି କାମ କରନ୍ତୁ, ଆୟର ଉତ୍ସ ବଢ଼ିବ। ସନ୍ତାନ ସୁଖ ପ୍ରାପ୍ତିର ଯୋଗ ରହିଛି।
କର୍କଟ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ। ପାରିବାରିକ ଜୀବନ ସୁଖଦ ରହିବ। ଗୃହିଣୀମାନେ ରୋଷେଇ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ତୁଲାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ କିଛି ଉପହାର ଦେବେ। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ।
କନ୍ୟା: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗି ରହିବ। ଉନ୍ନତି ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।
ତୁଳା: ବ୍ୟବସାୟ ବୃଦ୍ଧି ପାଇଁ ବନ୍ଧୁ ସହ ଯୋଜନା ପ୍ରସ୍ତୁତ କରିବେ। ଅଫିସ କାମରେ ବ୍ୟସ୍ତ ରହିବେ। ଉପାର୍ଜନ ଲାଗି ନୂଆ ମଉକା ପାଇବେ।
ବିଛା: ବର୍ତ୍ତମାନ ସ୍ଥିତିରେ ଖୁସି ରହିବେ। ବେପାର କାମରେ ଅନ୍ୟ ସହରକୁ ଯିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ବନ୍ଧୁମାନଙ୍କ ସହ ମଉଜ ମସ୍ତି କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ।
ମକର: ନୂଆ ଲୋକଙ୍କ ସହ ସାକ୍ଷାତରୁ କିଛି ଭଲ ମଉକା ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଚାକିରି ଲାଗି ନୂଆ ସମ୍ଭାବନା ତଲାସ ପୂରା ହେବ।
କୁମ୍ଭ: ଆପଣଙ୍କ ଆଖପାଖରେ ହେଉଥିବା ଗତିବିଧି ଉପରେ ନଜର ରଖନ୍ତୁ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ।
ମୀନ: ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ଆପଣ ନିଜ କାମରେ ବାହାରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।