ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। କୌଣସି ପ୍ରକାରରେ ନିଜର କାମ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ବୃଷ: ଆପଣଙ୍କର ସାହସ ଓ ଭାବିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। କୌଣସି କାମରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ମିଥୁନ: ପୂଜାପାଠରେ ସମୟ ବିତିବ। କୌଣସି ଭଲ ଖବର ପାଇବେ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ଆପଣଙ୍କୁ କିଛି ନୂଆ ଅଭିଜ୍ଞତା ମିଳିବ।

କର୍କଟ: ନୂଆ ସୁଯୋଗ ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବେ। ସାମାଜିକ କାର୍ଯ୍ୟରେ ସମ୍ବଳ ବିନିଯୋଗ କରିବେ। ଛାତ୍ରଙ୍କୁ ଲେଖାପଢ଼ାରେ ଯଥେଷ୍ଟ ସଫଳତା ମିଳିବ।

ସିଂହ: ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନଲାଭ ଯୋଗ ରହିଛି। କିଛି ନୂଆ ଶିଖିବାର ମଉକା ପାଇବେ।

କନ୍ୟା: କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ତୁଳା: ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ପରିବାରରେ ଖୁସିର ଆଗମନ ହେବ।

ବିଛା: ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ।

ଧନୁ: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପ୍ରେମିକାଙ୍କୁ ମନର କଥା କହିବେ।

ମକର: ଆପଣ ନିଜର ଲକ୍ଷ୍ୟ ଆଡ଼କୁ ଧ୍ୟାନ ସଜାଇ ରଖିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

କୁମ୍ଭ: ଅଚାନକ ଧନଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ସନ୍ଧ୍ୟା ସମୟ ଭଲରେ ବିତିବ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

ମୀନ: ଦିନଟି ଧାର୍ମିକ ଗତିବିଧିରେ ବିତିବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ହାସଲ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର