ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଭାବିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ।

ବୃଷ: ଯେ କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣଙ୍କୁ ମିଳି ନ ପାରେ। ମହିଳାମାନଙ୍କୁ ପରିବାରର ପୂରା ସହଯୋଗ ମିଳିବ।

ମିଥୁନ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଧନଲାଭର ଯୋଗ ରହିଛି। ମନ ପସନ୍ଦ କଂପାନିରେ ସାକ୍ଷାତକାର ଲାଗି ଡାକରା ଆସିବ। ପ୍ରେମିକଙ୍କ ସହିତ ସମ୍ବନ୍ଧ ଭଲ ରହିବ।

କର୍କଟ: ସନ୍ତାନ ଆପଣଙ୍କୁ ଭଲ ସମାଚାର ଦେବେ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ହୋଇପାରନ୍ତି। ନୂଆ କାମ କରିବାରୁ ନିବୃତ୍ତ ରୁହନ୍ତୁ। ବନ୍ଧୁ ସହିତ ମତଭେଦ ହୋଇପାରେ।

କନ୍ୟା: ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବା ଯୋଗୁଁ ମନ ଖୁସି ହୋଇଯିବ। ଧନ ସଂପଦ ବୃଦ୍ଧି ହେବ। ସରକାରୀ ଚାକିରିଆ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଖ ବଢ଼ିବ।

ତୁଳା: ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିପାରେ। ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ସାଥୀରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ।

ବିଛା: ଆୟରେ ବୃଦ୍ଧି ହେବ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ବୁଲିବାରେ ଅଧିକ ସମୟ ବ୍ୟୟ କରିବେ। ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ମକର: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ହେବ। କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ। ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ। ଛାତ୍ରଙ୍କୁ ସୁସମ୍ବାଦ ମିଳିବ।

କୁମ୍ଭ: ବିଶେଷ କାର୍ଯ୍ୟ ଜଲଦି କରିଦେବେ। ଅଫିସରେ ପଦୋନ୍ନତିର ଆଭାସ ପାଇବେ। ବ୍ୟବସାୟରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ମୀନ: ଅଧୁରା ଥିବା କାମ ପୂରା କରିପାରିବେ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ଘନିଷ୍ଠତା ବଢ଼ିବ। ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ଅଚାନକ ଖର୍ଚ୍ଚ ବଢ଼ିପାରେ।

ସମ୍ବନ୍ଧିତ ଖବର