ମେଷ: କୌଣସି କାନୁନ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ଭଲରେ ସମୟ ବିତିବ।
ବୃଷ: ବୈବାହିକ ଜୀବନ ଖୁସିଭରା ରହିବ। ଅଫିସ ପରିବେଶ ଭଲ ରହିବ। ବରିଷ୍ଠଙ୍କ ସହ କଥାବାର୍ତ୍ତା ବେଳେ ନିଜ ଭାବଭଙ୍ଗୀ ଉପରେ ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଉନ୍ନତି ହେବ।
ମିଥୁନ: ଆପଣଙ୍କ କାମରେ ଭାଇ ଭଉଣୀ ସହଯୋଗ କରିବେ। ଆପଣଙ୍କୁ ଉନ୍ନତି ପାଇଁ ନୂଆ ମାର୍ଗ ମିଳିବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖଦ ବାତାବରଣ ରହିବ।
କର୍କଟ: ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ମାତାପିତାଙ୍କ ଭଲ ପରାମର୍ଶ ପାଇବେ। ଦୀର୍ଘ ଦିନର ସ୍ଥଗିତ କାମ ପୂରା ହେବ। ସମ୍ବନ୍ଧରେ ମଧୁରତା ଆସିବ।
ସିଂହ: ଅଫିସରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କନ୍ୟା: କୌଣସି ସୁସମ୍ବାଦ ମିଳିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। କ୍ୟାରିୟର ପାଇଁ ପରିଶ୍ରମର ସୁଫଳ ପାଇବେ। ଅନ୍ୟମାନେ ଆପଣଙ୍କ ସହ ମିଶିବା ପାଇଁ ଆସିବେ।
ତୁଳା: ନିତିଦିନିଆ କାମରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ।
ବିଛା: ଅଧିକ ସମୟ ଭ୍ରମଣରେ ଅତିବାହିତ କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ଅଛି। ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିନେବେ।
ଧନୁ: ଛୋଟଛୋଟ କଥାରେ ଧ୍ୟାନ ଦେଲେ, କାମଧନ୍ଦାରେ ସଫଳତା ପାଇବେ। ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।
ମକର: ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ମହିଳାମାନେ ପିଲାମାନଙ୍କ ସହ ଜିନିଷ କିଣିବାକୁ ସହରକୁ ଯିବେ। ନୂଆ ବେପାର ଆରମ୍ଭ କରିବାର ଯୋଗ ଅଛି।
କୁମ୍ଭ: ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗରେ କଥାବାର୍ତ୍ତା କରିବେ। ଇଲେକ୍ଟ୍ରୋନିକ୍ସ ଯନ୍ତ୍ରୀ ନିଜର ଅଭିଜ୍ଞତା ଠିକ୍ ଦିଶାରେ ପ୍ରୟୋଗ କରିବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।
ମୀନ: ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। କୌଣସି ମାମଲାରେ ନିଜର ଆତ୍ମବିଶ୍ବାସକୁ ଦୃଢ଼ ରଖିପାରିବେ ନାହିଁ। ପାରିବାରିକ ଜୀବନ ଶାନ୍ତିମୟ ହେବ।