ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମର ବୋଝ ପାଇଁ ଆପଣ ଟିକେ ଅଶାନ୍ତିରେ ରହିବେ। ମହିଳାମାନେ ଘର ପାଇଁ ଜିନିଷ କିଣିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ବେପାରରେ ଭଲ ଲାଭ ହେବ।

ବୃଷ: ନିଜର ଶକ୍ତିକୁ ବ୍ୟର୍ଥ୍ୟ ହେବାକୁ ଦିଅନ୍ତୁ ନାହିଁ। ସକାରାତ୍ମକ ରୂପେ କାମ ପୂରା ହେବ। ଜୀବନସାଥୀଠୁଁ ଭଲ ଖବର ଶୁଣିବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।‌

ମିଥୁନ: ଉଚିତ ତର୍କରେ କାହାରିକୁ ବି ନିଜ କଥାର ସହମତ କରାଇନେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।‌

କର୍କଟ: ରାଜନୈତିକ ଲୋକଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଧନଲାଭର ଯୋଗ ଅଛି। ବେକାରଙ୍କୁ ନୂଆ କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: କ୍ୟାରିୟର ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

କନ୍ୟା: ଆପଣଙ୍କର ସ୍ବଭାବକୁ ନରମ ରଖନ୍ତୁ। ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। ବାହାରକୁ ବୁଲି ଯିବାର ଯୋଜନା କରିବେ।

ତୁଳା: କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।

ବିଛା: ଧର୍ମକାର୍ଯ୍ୟରେ ମନ ଲାଗି ରହିବ। ସହକର୍ମୀଙ୍କର ସାହାଯ୍ୟ ପାଇବେ। ଯୋଜନା ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିବେ। ପରିବାରରେ ବଡ଼ ଦାୟିତ୍ବ ତୁଲାଇବେ।

ଧନୁ: ଆପଣ ନିଜର କାମରେ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାରରେ ବିସ୍ମିତ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ପ୍ରୀତିମୟ ହେବ।

ମକର: କାମ ପାଇଁ ଆପଣଙ୍କୁ ଅଧିକ ଯା’ଆସ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପରିବାର ଲୋକଙ୍କ ସହ ଭଲ ସମୟ କାଟିବେ।

କୁମ୍ଭ: ବିଶେଷ କାମରେ ଆପଣଙ୍କୁ ଲାଭ ମିଳିବ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। କୋର୍ଟ ମାମଲାରେ ସଫଳତା ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ: ସୁଫଳ ପାଇଁ ନିଜ ଉପରେ ଭରସା ରଖନ୍ତୁ ଏବଂ ପରିଶ୍ରମ କରନ୍ତୁ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ପ୍ରସାଧନ ବ୍ୟବସାୟୀଙ୍କୁ ଧନଲାଭ ହେବ।

ସମ୍ବନ୍ଧିତ ଖବର