ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ବୃଷ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କୁ କଠିନ ପରିସ୍ଥିତିରେ ସାହାଯ୍ୟ କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମିଥୁନ: ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୁସମ୍ବାଦ ପାଇବେ। ଘରେ ଖୁସିର ପରିବେଶ ରହିବ।

କର୍କଟ: ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣ ଗର୍ବିତ ଅନୁଭବ କରିବେ।

ସିଂହ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧ ବହୁତ ଭଲ ହେବ। ବିବାଦକୁ ଶାନ୍ତିରେ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରନ୍ତୁ। ପ୍ରେମ ଜୀବନ ମଧୁର ରହିବ।

କନ୍ୟା: ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହିତ କଥା ହେବେ। ବ୍ୟବସାୟରେ ଲାଭ ହୋଇପାରେ। ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।

ତୁଳା: ପରିବାରରେ ଖୁସିର ବାତାବରଣ ରହିବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ। ଜମି କିଣିବାର ସୁଯୋଗ ପାଇବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଯୋଜନା ପୂରା ହୋଇଯିବ।

ବିଛା: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ସମାରୋହରେ ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।

ଧନୁ: ପରିବାର ଲୋକଙ୍କ ସହିତ ସମୟ କାଟିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ଅଫିସରେ ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।

ମକର: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣ‌ରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇପାରିବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମୀନ: କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।

ସମ୍ବନ୍ଧିତ ଖବର