ମେଷ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କିଛି ନିଜସ୍ବ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ।
ବୃଷ: ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କୌଣସି ସାହାଯ୍ୟକାରୀ ବ୍ୟକ୍ତି ଭଲ ବନ୍ଧୁ ହୋଇପାରନ୍ତି। ବେପାରରେ ଆଶାଜନକ ଫଳ ପାଇବେ। ସନ୍ତାନ ଆପଣଙ୍କୁ ଖୁସି ଖବର ଶୁଣାଇବେ।
ମିଥୁନ: ଆପଣଙ୍କର ସବୁ ସମସ୍ୟା ଦୂର ହେବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଶତ୍ରୁ ଦୁର୍ବଳ ରହିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କର୍କଟ: ପାରିବାରିକ ଜୀବନରେ ସୁଖୀ ରହିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।
ସିଂହ: ସାମାଜିକ ଆୟୋଜନରେ ଭାଗ ନେବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। କୌଣସି ପରିବାରିକ କାମ ପାଇଁ ଆପଣଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ।
କନ୍ୟା: କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବିଜ୍ଞାନ ଛାତ୍ରୀଙ୍କ ଲାଗି ଦିନଟି ଭଲ।
ତୁଳା: ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କର ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ପିଲାଙ୍କ କ୍ୟାରିୟର ଲାଗି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ବିଛା: କାର୍ଯ୍ୟ ସମ୍ପାଦନାରେ ଅଧିକ ସମୟ ଲାଗିପାରେ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଅନ୍ୟମାନଙ୍କ ସମ୍ମୁଖରେ ଆପଣଙ୍କ ପକ୍ଷ ରଖିବାକୁ ଚେଷ୍ଟା କରିବେ।
ଧନୁ: ଚାକିରିଆଙ୍କୁ ନୂଆ କାମ ମିଳିପାରେ। କାମ କରିବା ବେଳେ ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
ମକର: ଆପଣଙ୍କୁ ଉନ୍ନତିର ନୂଆ ସାଧନ ମିଳିବ। ଆତ୍ମବିଶ୍ବାସରେ ବୃଦ୍ଧି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କାରବାରରେ ଯଥେଷ୍ଟ ଲାଭ ପାଇବେ।
କୁମ୍ଭ: ଆପଣଙ୍କ ସ୍କୁଲ ଜୀବନର ସାଙ୍ଗ ଠାରୁ ଫୋନ ଆସିବ। ସଂପତ୍ତି ବୃଦ୍ଧିର କୌଣସି ଯୋଜନା ସଫଳ ହେବ। ଅଧୁରା କାମ ପୂରା ହେବ। ପ୍ରିୟତମଙ୍କ ସହ ସମୟ କାଟିବେ।
ମୀନ: ଆପଣ ଜୀବନକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା ଅଛି। ପରିବାର ଲୋକେ ଆପଣଙ୍କ ନିଷ୍ପତ୍ତିକୁ ସମର୍ଥନ କରିବେ।