ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନକୁ ଅଭିନବ ବିଚାର ଆସିବ। ବିଶେଷ କାମରେ ଅନ୍ୟ ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।

ବୃଷ: ଚାକିରି ବୃତ୍ତିରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହୋଇଯିବ। ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ଧନଲାଭର ନୂଆ ଅବସର ପାଇବେ।

ମିଥୁନ: କାର୍ଯ୍ୟ ନେଇ ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ଆପଣଙ୍କର ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। କୌଣସି ବନ୍ଧୁ ଭେଟିବା ପାଇଁ ଆସିବେ।

କର୍କଟ: କ୍ୟାରିୟରରେ ଭଲ ମଉକା ପାଇବେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ।

ସିଂହ: ମନୋଯୋଗରେ କାମ କଲେ ସନ୍ତୋଷଜନକ ଫଳ ପାଇବେ। ଉଚ୍ଚ ଅଧିକାରୀଙ୍କୁ ନିଜର ଅସୁବିଧା ଜଣାନ୍ତୁ, ସହଯୋଗ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ।

କନ୍ୟା: ପରିବାର ବିବାଦଠୁଁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ପ୍ରିୟ ବନ୍ଧୁ ଆପଣଙ୍କୁ ପ୍ରୋତ୍ସାହିତ କରିବେ। ଅଧୁରା କାମ ପୂରା ହେବ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ।

ତୁଳା: ଘରେ ଧାର୍ମିକ ଆୟୋଜନ କରିପାରନ୍ତି। କାରବାରରେ ଅଚାନକ ବାଧା ଆସିପାରେ। ବଡ଼ଙ୍କ ସହଯୋଗରେ ସବୁ ଠିକ୍ ହୋଇଯିବ। ପ୍ରେମ ଜୀବନ ମଧୁର ରହିବ।

ବିଛା: ଶାନ୍ତ ମନରେ କାମ କଲେଯାଇ ଯଥେଷ୍ଟ ଲାଭ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ।

ଧନୁ: ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥା ହେବେ। ଆପଣଙ୍କ ସଫଳତାର ରାସ୍ତାରେ ଅନ୍ୟ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମକର: ସାମାଜିକ ସଂଗଠନରେ ଥିବା ଲୋକଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ। କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଜିନିଷ କିଣିବା ବେଳେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ।

ମୀନ: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହୋଇପାରେ। ଜୀବନସାଥୀଙ୍କୁ ଉପହାର ଦେବାକୁ ଯୋଜନା କରିପାରନ୍ତି।

ସମ୍ବନ୍ଧିତ ଖବର