publive-imageମେଷ: ଘର ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ଲାଗି ଛୋଟ ଛୋଟ କଥାକୁ ଉପେକ୍ଷା କରନ୍ତୁ। ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

Advertisment

publive-imageବୃଷ: ଘର ପାଇଁ କୌଣସି ଜିନିଷ କିଣିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରାଜନୀତିରେ ଆର୍ଥିକ ଲାଭ ହେବ।

publive-imageମିଥୁନ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ସହକର୍ମୀଙ୍କ ଠାରୁ ଆପଣ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

publive-imageକର୍କଟ: କାରବାରରେ ଅନ୍ୟ ଦିନ ଅପେକ୍ଷା ଯଥେଷ୍ଟ ଲାଭ ପାଇବେ। ଭାବିଚିନ୍ତି ଫଇସଲା କରନ୍ତୁ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତିକୁ ଦୂର କରିଦେବ।

publive-imageସିଂହ: ସକାରାତ୍ମକ ଭାବନା ସହ କାମ ଆରମ୍ଭ କରନ୍ତୁ, ନିଶ୍ଚୟ ସଫଳତା ପାଇବେ। ଧନଲାଭର ନୂଆ ମାର୍ଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

publive-imageକନ୍ୟା: ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଜମି ଦଲାଲଙ୍କୁ ବକେୟା ଅର୍ଥ ମିଳିବ। ଶିକ୍ଷାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

publive-imageତୁଳା: ସଫଳତା ପାଇଁ କିଛି ନୂଆ ସୁଯୋଗ ହାତରେ ଲାଗିବ। ବିରୋଧୀମାନେ ଦୂରତ୍ବ ବଜାୟ ରଖିବେ। ବୈଜ୍ଞାନିକ କୌଣସି ବଡ଼ ସଫଳତା ପାଇବେ।

publive-imageବିଛା: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

publive-imageଧନୁ: ଆର୍ଥିକ ସ୍ଥିତି ଦୃଢ଼ ରହିବ। ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। କମ୍ପ୍ୟୁଟର ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

publive-imageମକର: ଶକ୍ତିରେ ପୂର୍ଣ୍ଣ ରହିବେ। କୌଣସି ଅଭିନବ ଉପାୟରେ ଲାଭ ପାଇବେ। ସାଙ୍ଗସାଥୀଙ୍କ ମେଳରେ ଆପଣଙ୍କ ବ୍ୟକ୍ତିତ୍ବ ନିଆରା ରହିବ।

publive-image

କୁମ୍ଭ: ଅଫିସରେ କାମ ପୂରା କରିବାରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ନିଜ ପ୍ରତିଭାକୁ ବିକାଶର ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

publive-imageମୀନ: ଦିନଟି ଆତ୍ମବିଶ୍ବାସ ଓ ଆଶାରେ ଭରି ରହିବ। ଯାହା କାମ କରିବାକୁ ଭାବିଛନ୍ତି ତାହା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।