publive-imageମେଷ: ନିଜର ପରିସର ବୃଦ୍ଧି ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ବେପାର ପାଇଁ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ।

Advertisment

publive-imageବୃଷ: ଆପଣଙ୍କ ସବୁ ସମସ୍ୟାର ନିବାରଣ ହେବ। କିଛି ବିଶେଷ ଜାଗାରେ ଆପଣ ପ୍ରଶଂସିତ ହେବେ। ବିବାହିତଙ୍କ ଲାଗି ପରିସ୍ଥିତି ଭଲ ରହିବ।

publive-imageମିଥୁନ: ମନ ଭିତରେ ଦବି ରହିଥିବା କୌଣସି କଥା ସମ୍ମୁଖକୁ ଆଣନ୍ତୁ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ। ବ୍ୟବସାୟରେ ଲାଭର ସୁଯୋଗ ପାଇବେ।

publive-imageକର୍କଟ: କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ପୂରା ଫଳ ଆପଣଙ୍କୁ ମିଳିନପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

publive-imageସିଂହ: ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। କ୍ୟାରିୟରରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageକନ୍ୟା: ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ପଇସା ନେଣଦେଣ ବେଳେ ସାବଧାନ ରୁହନ୍ତୁ। ପରିବାରରେ ସୁଖ ସମୃଦ୍ଧି ବଢ଼ିବ।

publive-imageତୁଳା: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମରେ ବ୍ୟସ୍ତ ରହିବା ଯୋଗୁଁ ଅଫିସ ଯିବାରେ ବିଳମ୍ବ ହେବ। ସଙ୍ଗୀତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

publive-imageବିଛା: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଆପଣଙ୍କର କୌଣସି ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ଜୀବନସାଥୀଙ୍କୁ ଉପହାର ଦେବେ।

publive-imageଧନୁ: ଅତୀତର ସ୍ମୃତି ତାଜା ହେବ। ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ।

publive-imageମକର: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ ନୂଆ ଗୋଷ୍ଠୀ ସହ ମିଶିବାକୁ ଭାବିପାରନ୍ତି।

publive-image

କୁମ୍ଭ: କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।

publive-imageମୀନ: କୌଣସି ମାମଲା ନେଇ ଆପଣ ଭାବପ୍ରବଣ ହେବେ। ସହକର୍ମୀମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।