ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

ବୃଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇପାରିବେ। ଚାକିରିରେ ଉନ୍ନତି ହେବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ।

ମିଥୁନ: ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଭବିଷ୍ୟତର ଯୋଜନା ଉପରେ ବିଚାର ବିମର୍ଶ କରନ୍ତୁ। ନିଜର ସ୍ବାଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରଖନ୍ତୁ।

କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଯୋଜନା ପ୍ରସ୍ତୁତ ଓ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। ନିଜର ଦାୟିତ୍ବ ଉପରେ ସଂପୂର୍ଣ୍ଣ ଧ୍ୟାନ ରଖନ୍ତୁ।

ସିଂହ: ନିଜର କାମ ପୂରା ସାବଧାନତାର ସହ କରନ୍ତୁ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଛାତ୍ରଙ୍କୁ କିଛି ଶିଖାଇବା ଲାଗି ଦିନଟି ଭଲ। ଜୀବନସାଥୀଙ୍କ ପ୍ରେମ ପାଇବେ।

କନ୍ୟା: ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଫିସରେ ବାକି କାମ ସଂପୂର୍ଣ୍ଣ କରିବା ଲାଗି ଚେଷ୍ଟା କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ତୁଳା: ଆପଣ ଯାହା ସହିତ ମିଶିବେ ସେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।

ବିଛା: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭର ସମ୍ଭାବନା ରହିଛି। ଅଫିସ କାମ ସଂପୂର୍ଣ୍ଣ ହୋଇଯିବ।

ଧନୁ: ମନରେ ନୂଆ ନୂଆ ବିଚାର ଆସିବ। ପ୍ରସ୍ତୁତ କରିଥିବା ଯୋଜନାରେ କିଛି ପରିବର୍ତ୍ତନ କରିପାରନ୍ତି। ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।

ମକର: ଶତ୍ରୁ ଆପଣଙ୍କୁ ପରାସ୍ତ କରିବା ଲାଗି ଚେଷ୍ଟା କରିବେ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଜୀବୀଙ୍କୁ ଉନ୍ନତି ପାଇଁ ନୂଆ ଅବସର ମିଳିବ।

କୁମ୍ଭ: ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ମାଆଙ୍କ ସହିତ ଭଲ ବୁଝାମଣା ରହିବ। ଖାଦ୍ୟ ପାନୀୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ମୀନ: ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଧନଲାଭର ଯୋଗ ରହିଛି। ପୁରୁଣା ବନ୍ଧୁ ସହିତ ଭେଟ ହୋଇପାରେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

ସମ୍ବନ୍ଧିତ ଖବର