ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ବୃଷ: କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଙ୍କୁ ଅଧ୍ୟୟନ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି।

ମିଥୁନ: ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆପଣଙ୍କୁ ପ୍ରଚୁର ସମ୍ମାନ ମିଳିବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି।

କର୍କଟ: କାହାରି ଉପରେ ଭରସା କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। କ୍ୟାରିୟର ନେଇ କାହା ଉପରେ ଭରସା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିବ।

କନ୍ୟା: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ। ଧନ ସଂପତ୍ତି ବୃଦ୍ଧି ହେବ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ତୁଳା: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ହେବେ।

ବିଛା: ଦୀର୍ଘ ଦିନର ଆଶା ଅନୁଯାୟୀ ସଫଳତା ହାସଲ ହେବ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଉତ୍ତମ। ସହକର୍ମୀଙ୍କ ସହଯୋଗରେ ଆରାମ ମିଳିବ।

ଧନୁ: ସମାଜରେ ଖ୍ୟାତି ବଢ଼ିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ।

ମକର: ନୂଆ ଜିନିଷ ସମ୍ପର୍କରେ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖିପାରିବେ। ବ୍ୟବସାୟ କାମରେ ଯାତ୍ରା ଯୋଗ ରହିଛି।

କୁମ୍ଭ: ଆପଣଙ୍କ ଜ୍ଞାନ ବୃଦ୍ଧି ପାଇବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିପାରେ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ।

ମୀନ: କୌଣସି କାମ ଲାଗି ନିଜର ଆତ୍ମବିଶ୍ବାସ ବଜାୟ ରଖିବାକୁ ହେବ। ଦୈନନ୍ଦିନ କାମରେ ବାଧା ଆସିପାରେ। ଅଜଣା ଲୋକଙ୍କ ନିକଟରେ ଭାଷା ଠିକ୍ ରଖନ୍ତୁ।

ସମ୍ବନ୍ଧିତ ଖବର