ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ପସନ୍ଦ କଂପାନିର ଚାକିରି ପାଇଁ ଡାକରା ଆସିପାରେ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ।

ବୃଷ: ପରିବାର ଲୋକ ସହିତ ଯୁକ୍ତିତର୍କ ହୋଇପାରେ। ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନ ଦେଖାଦେବ।

ମିଥୁନ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। କୌଣସି ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କର୍କଟ: ବ୍ୟବସାୟ ପଥରେ ରହିଥିବା ବାଧା ଦୂର ହେବ। ଶତ୍ରୁ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣଙ୍କୁ ସେତେ ଲାଭ ମିଳିବ। ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ।

ସିଂହ: ଆପଣଙ୍କ କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଧନପ୍ରାପ୍ତିର ଭଲ ଯୋଗ ରହିଛି। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ।

କନ୍ୟା: ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ବାସ ବଢ଼ିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ତୁଳା: ଆପଣ ସକାରାତ୍ମକ ରହିବେ। ଆପଣଙ୍କ ମନରେ କିଛି ନୂଆ ଆଶା ରହିବ। ବିଦ୍ୟାର୍ଥୀ ଭଲ କ୍ୟାରିୟର ପାଇଁ ଅଧିକ ପରିଶ୍ରମ କରିବେ। ପ୍ରେମ ଜୀବନ ଭଲ ରହିବ।

ବିଛା: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ। ସନ୍ତାନ ବ୍ୟବସାୟ କାମରେ ସହଯୋଗ କରିବେ।

ଧନୁ: ରାଜନୀତି କ୍ଷେତ୍ରରେ ଥିବା ଲୋକ ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ପୁରୁଣା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ମକର: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗି ରହିବ। ସନ୍ତାନଠୁଁ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ।

କୁମ୍ଭ: ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ନୂଆ ଅନୁଭୂତିର ଆଗମନ ହେବ। କଲେଜ ଛାତ୍ରୀଙ୍କ ଲାଗି ଦିନଟି ଉତ୍ତମ।

ମୀନ: ଜୀବନସାଥୀଙ୍କ ପରାମର୍ଶ ଶୁଣିଲେ ସମସ୍ୟା ଦୂର ହୋଇଯିବ। ଲାଗି ରହିଥିବା ମକଦ୍ଦମାରେ ଜୟଯୁକ୍ତ ହେବେ। ବେକାରଙ୍କୁ ରୋଜଗାର ପନ୍ଥା ମିଳିପାରେ।

ସମ୍ବନ୍ଧିତ ଖବର