ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ।

ବୃଷ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରକୁ ଖୁସି ଆସିବ।

ମିଥୁନ: ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ। ଅଫିସ୍‌ରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।

କର୍କଟ: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ସୁଯୋଗ ମିଳିବ।

ସିଂହ: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। କିଛି ନୂଆ ସକାରାତ୍ମକ କରିବାକୁ ଭାବିବେ। ଯୋଜନା ତିଆରି ଓ ପରିଶ୍ରମ କଲେ ଯାଇ ଲାଭ ପାଇବେ।

କନ୍ୟା: ପରିବାରରେ କୌଣସି ଲୋକ ସହ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ତୁଳା: ପୁରୁଣା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ବାଧାବିଘ୍ନ ଦୂର ହୋଇଯିବ।

ବିଛା: କାମରେ ଉତ୍ତମ ପ୍ରଦର୍ଶନ ପାଇଁ ଚେଷ୍ଟା କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ଧନୁ: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।

ମକର: ଇଂଜିନିୟର ଠିକ୍ ଦିଶାରେ ଅଭିଜ୍ଞତା ପ୍ରୟୋଗ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପାରିବାରିକ ଜୀବନ ସୁଖକର ହେବ।

କୁମ୍ଭ: କୌଣସି କାମ କରିବା ପୂର୍ବରୁ ଭଲ ଭାବେ ବିଚାର କରି ନିଅନ୍ତୁ। ପରିବାର ସହଯୋଗରେ କାମ ସଂପୂର୍ଣ୍ଣ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।

ମୀନ: ବନ୍ଧୁ ସହଯୋଗରେ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ସମ୍ବନ୍ଧିତ ଖବର