ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କୁ ବଡ଼ ସଫଳତା ମିଳିବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ।

ବୃଷ: କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ। ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ମିଥୁନ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ଆପଣଙ୍କୁ କେତେ ପ୍ରକାରର ନୂଆ ଅନୁଭବ ହେବ। ଆର୍ଥିକ ସଫଳତା ଲାଗି ପ୍ରୟାସ ଜାରି ରଖନ୍ତୁ।

କର୍କଟ: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଲାଭ କମ୍ ମିଳିପାରେ। ବନ୍ଧୁ ଠାରୁ କିଛି ଶିକ୍ଷାଲାଭ କରିବେ। ଘରୋଇ ସମସ୍ୟାର ସମାଧାନ ହେବ।

ସିଂହ: ରଚନାତ୍ମକ କାର୍ଯ୍ୟରେ ସମୟ ଲଗାଇପାରନ୍ତି। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

କନ୍ୟା: ଭବିଷ୍ୟତ ପାଇଁ ବିଚାର କରିବେ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିରୋଧୀମାନେ କ୍ଷତି କରିପାରନ୍ତି। ଧନଲାଭର ସୁଯୋଗ ହାତଛଡ଼ା ହୋଇପାରେ।

ତୁଳା: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମାନ୍ଦା ବେପାର ଯୋଗୁ ଆପଣଙ୍କର ମାନସିକ ଅଶାନ୍ତି ବଢ଼ିବ। ନିକଟ ସଂପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି।

ବିଛା: ଆର୍ଥିକ ସ୍ଥିତି ଉତ୍ତମ ରହିବ। ସହକର୍ମୀଙ୍କ ସହିତ କାମ ସମ୍ବନ୍ଧରେ ଆଲୋଚନା କରିବେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଅନୁକୂଳ।

ଧନୁ: ଯାତ୍ରା ଆପଣଙ୍କ ଲାଗି କ୍ଳାନ୍ତିଜନକ ଓ ଅଶାନ୍ତିପୂର୍ଣ୍ଣ ହେବ। ଅଚାନକ ଖୁସି ଖବର ପାଇପାରନ୍ତି। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବା ଚେଷ୍ଟାରେ ଲାଗି ରହିବେ।

ମକର: ଆପଣଙ୍କର ସାହସ ଏବଂ ବିଚାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷ ଆପଣଙ୍କୁ ସହଯୋଗ କରିବେ। ଆର୍ଥିକ ପକ୍ଷ ଭଲ ହେବ।

କୁମ୍ଭ: ସବୁ କାମ ସହଜରେ ପୂରା ହୋଇଯିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଜୀବନସାଥୀଙ୍କୁ ଦାମିକା ଉପହାର ଦେଇପାରନ୍ତି। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ମୀନ: ନିଜର ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟରେ ପରିଶ୍ରମ ତୁଳନାରେ ଲାଭ କମ୍ ପାଇବେ। ପ୍ରେମ ଜୀବନ ମଧୁର ହେବ।

ସମ୍ବନ୍ଧିତ ଖବର