ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। କୌଣସି ନୂଆ ଦାୟିତ୍ବ ଆପଣ ଅତିଶୀଘ୍ର ପାଇବେ। ପ୍ରେମିକା ସହ ଲାଗି ରହିଥିବା ମନାନ୍ତର ଦୂର ହେବ।

ବୃଷ: ସନ୍ତାନ ଆପଣଙ୍କୁ ଶୁଭ ଖବର ଦେବେ। ଆପଣ ଲୋକମାନଙ୍କର ସହଯୋଗ ପାଇବେ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କୁ ସୁନାମ ମିଳିବ।

ମିଥୁନ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତିତ ରହିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ।

କର୍କଟ: ବନ୍ଧୁ ସହ ସାକ୍ଷାତ ହେବ। ପରିବାରର ବିବାଦଠୁଁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ତିଆରି କରିବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଉତ୍ତମ କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇପାରନ୍ତି। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟବୃଦ୍ଧି ହେବ। ବନ୍ଧୁ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ। ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ।

ତୁଳା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କାମର ବୋଝ ଅଧିକ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପ୍ରେମ ସଂପର୍କ ନିବିଡ଼ ହେବ।

ବିଛା: ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତି ଯୋଗ ରହିଛି। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ଧନୁ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ମୁରବିଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।

ମକର: ଆପଣଙ୍କ ସ୍ବାର୍ଥ ସପକ୍ଷରେ ଜୀବନରେ ପରିବର୍ତ୍ତନ ହେବ। ଅଫିସରେ ପଦୋନ୍ନତି ଯୋଗ ରହିଛି। ବ୍ୟବସାୟରେ ଯଥେଷ୍ଟ ଲାଭ ‌ପାଇବେ।

କୁମ୍ଭ: ପୂଜାପାଠରେ ଅଧିକ ସମୟ ବିତିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ବୈବାହିକ ଜୀବନ ଖୁସି ଭରା ରହିବ।

ମୀନ: କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନକରି ପରିଶ୍ରମ କରନ୍ତୁ।

ସମ୍ବନ୍ଧିତ ଖବର