ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ବୃଷ: ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।

ମିଥୁନ: କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।

କର୍କଟ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। କଠିନ ପରିସ୍ଥିତିରେ ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: କାରବାର ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଘରେ ଖୁସିର ପରିବେଶ ରହିବ।

ତୁଳା: ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣଙ୍କୁ ଗର୍ବ ଅନୁଭବ କରାଇପାରେ।

ବିଛା: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧ ବଢ଼ିଆ ହେବ। କୌଣସି ସମସ୍ୟାରୁ କଥାବର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ।

ଧନୁ: ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହିତ କଥା ହୋଇପାରନ୍ତି। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।

ମକର: ପରିବାରରେ ଖୁସିର ପରିେବଶ ରହିବ। ଜମି କିଣିବାର ସୁଯୋଗ ପାଇବେ। କିଛି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।

କୁମ୍ଭ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ମୀନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।

ସମ୍ବନ୍ଧିତ ଖବର