ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୋର୍ଟ ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଅଫିସ କାମରେ ବିଭିନ୍ନ ଆହ୍ବାନ ଆସିବ। ଧୈର୍ଯ୍ୟ ଧରି ନିଷ୍ପତ୍ତି ନେଲେ ସଫଳତା ପାଇବେ।

ବୃଷ: ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବାହନ ସାବଧାନତାର ସହ ଚଳାନ୍ତୁ।

ମିଥୁନ: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ସହଜରେ ପୂରା କରିପାରିବେ। ଧନ ସଞ୍ଚୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହ ଦେଖା ହୋଇପାରେ।

କର୍କଟ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାଙ୍କ ସଫଳତାରେ ଗୌରବ ଅନୁଭବ କରିବେ।

ସିଂହ: ସମ୍ବନ୍ଧରେ ତିକ୍ତତାକୁ ମଧୁରତାରେ ବଦଳାଇବା ଲାଗି ଭଲ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସାଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ।

କନ୍ୟା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ବାକି କାମ ସଂପୂର୍ଣ୍ଣ କରିପାରିବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ତୁଳା: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ।

ବିଛା: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥାରେ ଯୋଗ ଦେବେ।

ଧନୁ: ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ଭାଷାରେ ସଂଯମ ରଖିବା ଦରକାର। ସମ୍ମୁଖକୁ ଆସୁଥିବା ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ।

ମକର: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତି ଯୋଗ ରହିଛି। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ।

କୁମ୍ଭ: ସୃଜନଶୀଳ କାର୍ଯ୍ୟରେ ରୁଚି ବଢ଼ିବ। ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ।

ମୀନ: ଆପଣଙ୍କର ଯୋଜନା ସଫଳ ହେବା ପାଇଁ ସମୟ ଲାଗିବ। ଅଫିସରେ ସାବଧାନ ରୁହନ୍ତୁ। ଆପଣଙ୍କ କଥା ଉପରେ ଯେତେ ସଂଯମ ରଖିବେ ସେତେ ଭଲ ହେବ।

ସମ୍ବନ୍ଧିତ ଖବର