ମେଷ: ଅଫିସରେ ନୂଆ ଲୋକଙ୍କ ସହିତ ସାକ୍ଷାତକାର ଲାଭପ୍ରଦ ହେବ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ଘରୋଇ କାମରେ ପରିବାରର ସହଯୋଗ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କ ସକାରାତ୍ମକ ବିଚାରରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେଇପାରନ୍ତି। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ଚାକିରି ବୃତ୍ତିରେ ସାବଧାନତା ଅବଲମ୍ବନ କରନ୍ତୁ। ନିଜ ଲୋକଙ୍କ ସାହଯ୍ୟ ପାଇବେ। ବ୍ୟାଙ୍କରୁ ଋଣ ନେବା ପାଇଁ ଲାଗି ରହିଥିବା ଅସୁବିଧା ଦୂର ହୋଇଯିବ।
କର୍କଟ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଜଣା ଲୋକଙ୍କ ସହିତ କଥା କହିବା ବେଳେ ଭାଷା ଠିକ୍ ରଖନ୍ତୁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ସି˚ହ: ବ୍ୟବସାୟରେ ସବୁ କିଛି ଭଲ ହେବ। ଯାହାଙ୍କ ଠାରୁ ସାହାଯ୍ୟ ଆଶା କରିବେ ତାହା ପୂରଣ ହେବ। ସବୁ ଦୃଷ୍ଟିରୁ ସାମାଜିକ ଜୀବନ ଭଲ ରହିବ।
କନ୍ୟା: ନିର୍ଦ୍ଧାରିତ ସମୟରେ କାମ ସ˚ପୂର୍ଣ୍ଣ ହେବ। ଧନଲାଭର ନୂଆ ଉତ୍ସ ଦୃଷ୍ଟିଗୋଚର ହେବ। ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ। ପ୍ରେମ ସମ୍ବନ୍ଧ ମଧୁର ହେବ।
ତୁଳା: ଅଫିସରେ ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଦୁଷ୍ଟ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ବିଛା: ଆପଣଙ୍କ ମନକୁ ବିଶେଷ ବିଚାର ଆସିବ। ଚାକିରିଜୀବୀଙ୍କୁ ପାରିତୋଷିକ ମିଳିପାରେ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି।
ଧନୁ: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅଚାନକ ଧନଲାଭ ହେବ। ପାରିବାରିକ ସମ୍ବନ୍ଧ ସଜାଡ଼ିବେ।
ମକର: କଳ୍ପନା ଶକ୍ତି ବଳରେ ଆପଣ ଲକ୍ଷ୍ୟ ହାସଲ କରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। କାରବାରରେ ଉନ୍ନତି ହେବ।
କୁମ୍ଭ: ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି।
ମୀନ: ଭାବିଥିବା କାମ ଗତିଶୀଳ ହେବ। ଶତ୍ରୁମାନେ ଦବି ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।