ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଫୋନ ଆସିପାରେ।

ବୃଷ: ଆଗକୁ ବଢ଼ିବା ପାଇଁ ଦିନଟି ଭଲ। ପୂର୍ବ ଯୋଜନା ସଂପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ମିଥୁନ: ନୂଆ କାମ ଆରମ୍ଭ କରିବା ଲାଗି ଧ୍ୟାନ କେନ୍ଦ୍ରୀତ କରିବେ। ଆର୍କିଟେକ୍ଟଙ୍କ ଜୀବନରେ ବାଧା ସମାପ୍ତ ହୋଇଯିବ। ସନ୍ତାନର ସଫଳତା ଆପଣଙ୍କୁ ଖୁସି ଦେବ।

କର୍କଟ: ସମ୍ମୁଖକୁ ଆସୁଥିବା ସବୁ ଚ୍ୟାଲେଞ୍ଜର ଦୃଢ଼ ମୁକାବିଲା କରିବେ। କାମ ବୃଦ୍ଧି ହେବା ଯୋଗୁଁ ଧନଲାଭ ହେବ। ପରିବାରରେ ସୁଖଦ ବାତାବରଣ ରହିବ।

ସିଂହ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ସଠିକ୍ ରୂପେ କାମ କଲେ ସଫଳତା ପାଇବେ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ। ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ।

କନ୍ୟା: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

ତୁଳା: କଥା କୌଶଳରେ ଲୋକମାନଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ଭଲ ଚାକିରିର ସୁଯୋଗ ଆସିବ। ପ୍ରେମିକାଙ୍କ ସହିତ ରାତ୍ରିଭୋଜନ କରିବେ।

ବିଛା: ଅନ୍ୟମାନଙ୍କ କାମରେ ନିଜର ମତ ବ୍ୟକ୍ତ କରନ୍ତୁ ନାହିଁ। କଥାବାର୍ତ୍ତା ବେଳେ ଭାଷା ଠିକ୍ ରଖନ୍ତୁ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।

ଧନୁ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନିତ ଲୋକଙ୍କ ସହିତ ମିଶି ପାରନ୍ତି। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ।

ମକର: ଭଲଭାବେ ନିଜର କାମ କରିବା ପାଇଁ ଦିନଟି ଶୁଭ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ମଞ୍ଚରେ ଗୀତ ଗାଇବା ଲାଗି ସୁଯୋଗ ପାଇପାରନ୍ତି।

କୁମ୍ଭ: ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ କର୍ତ୍ତୃପକ୍ଷ କୌଣସି ଉପହାର ଦେବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବୈବାହିକ ଜୀବନ ଖୁସିଭରା ରହିବ।

ମୀନ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଜୀବନସାଥିଙ୍କର ସହଯୋଗ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଫିଲ୍ମ କ୍ଷେତ୍ରରେ ଭଲ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର