ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଯାହା ଉପରେ ଆପଣଙ୍କ ଦୃଷ୍ଟି ପଡ଼ିବ ତାଙ୍କୁ ବନ୍ଧୁ କରିନେବେ। ବ୍ୟବସାୟର ନୂଆ ଦିଗ ପାଇବେ।

ବୃଷ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ବିରୋଧୀଙ୍କର ଷଡ୍‍ଯନ୍ତ୍ର ପ୍ରଘଟ ହୋଇଯିବ।

ମିଥୁନ: ପ୍ରଭୁଙ୍କ ସ୍ମରଣରେ ଆପଣଙ୍କର ଆତ୍ମବଳ ବଢ଼ିବ। ବ୍ୟବସାୟର ଉନ୍ନତି ଲାଗି ଧ୍ୟାନ ଦେବେ। ବନ୍ଧୁ ସହିତ ଲାଗିରହିଥିବା ମତଭେଦ ଦୂର ହେବ।

କର୍କଟ: ଅଜଣା ବ୍ୟକ୍ତିଙ୍କୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହୋଇପାରେ। ଚାକିରିରେ କୌଣସି ଆଶା ପୂରଣ ହେବ।

ସିଂହ: ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ଥିତି ମଜଭୁତ ହେବ। ବୈଠକ କକ୍ଷକୁ ସୁନ୍ଦର ଉପକରଣରେ ସଜାଇ ପାରନ୍ତି। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।

କନ୍ୟା: ଭାଇ ଭଉଣୀଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ଯେଉଁ କାମ ହାତକୁ ନେଇଛନ୍ତି ତାକୁ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ଜମି କିଣିବା ଲାଗି ଦିନଟି ଭଲ।

ତୁଳା: କଷ୍ଟ ମନେ ହେଉଥିବା କାମ ମନୋଯୋଗରେ କରନ୍ତୁ, ସଫଳତା ପାଇବେ। ଜମିରେ ନିବେଶ ପାଇଁ ବାପାଙ୍କ ସାହାଯ୍ୟ ପାଇବେ। ଖେଳାଳି ଉତ୍ତମ ପ୍ରଦର୍ଶନ କରି ପ୍ରଶଂସିତ ହେବେ।

ବିଛା: ଆପଣଙ୍କ ଉଜ୍ଜ୍ବଳ ଭବିଷ୍ୟତ ସପକ୍ଷରେ ଖବର ପାଇବେ। ଯାହା କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ସନ୍ତାନର ବ୍ୟବହାର ନେଇ ଟିକେ ଚିନ୍ତିତ ହୋଇପାରନ୍ତି।

ଧନୁ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ଧରି ନିଜର ନିଷ୍ପତ୍ତି ଉପରେ ଅଟଳ ରୁହନ୍ତୁ। ନୂଆ ସୁଯୋଗ ଓ କାର୍ଯ୍ୟ ପାଇବେ।

ମକର: ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ମଧୁର ହେବ।

କୁମ୍ଭ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। କୃଷିଜୀବୀଙ୍କୁ ଲାଭ ମିଳିବ। ପ୍ରେମ ଓ ରୋମାନ୍ସ ପାଇଁ ଦିନଟି ଉତ୍ତମ।

ମୀନ: ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। ଛୋଟିଆ କଥାରୁ ବଡ଼ ସମସ୍ୟା ଉପୁଜିବ। ବ୍ୟବସାୟରେ ସୁଧାର ଆଣିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର