ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।

ବୃଷ: ଶାରୀରିକ ଦୃଷ୍ଟିରୁ ଆପଣ ନିଜକୁ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ସ୍ବଜନ ସହିତ ସମ୍ବନ୍ଧ ଭଲ ହେବ।

ମିଥୁନ: ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ କୌଣସି ଭଲ ଖବର ଶୁଣିବେ। ଜମି କିଣିବା ଯୋଗ ରହିଛି।

କର୍କଟ: ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

ସିଂହ: ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଶିକ୍ଷା ସଂକ୍ରାନ୍ତରେ ଦିନଟି ଭଲ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

କନ୍ୟା: ଆପଣଙ୍କର କାମ ପାଇଁ ପିତା ଗର୍ବିତ ହେବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ।

ତୁଳା: ଘରେ କୌଣସି ଧାର୍ମିକ ଅନୁଷ୍ଠାନ କରିବା ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ଆପଣଙ୍କ ଠାରୁ ପରାମର୍ଶ ନେବେ।

ବିଛା: ଲୋକ କଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ଆପଣଙ୍କୁ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବାକୁ ପଡ଼ିବ। ଆପଣ ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ପାଇବେ।

ମକର: ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଚାକିରିଜୀବୀଙ୍କୁ ବଦଳିର ସୂଚନା ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ: ଆପଣ କାହାରିକୁ ମନ କଥା କହିପାରନ୍ତି। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ମୀନ: ଆପଣ ନିଜ କାମରେ ସତର୍କତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ସହିତ ସୁଖଦ ସମୟ ବିତିବ।

ସମ୍ବନ୍ଧିତ ଖବର