ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଭଲ ପରିଣାମ ପାଇବେ। ଅଫିସରେ ନୂଆ ଲୋକଙ୍କ ସହିତ ମିଶିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ବୃଷ: ଆପଣ ନିଜର ଲକ୍ଷ୍ୟ ହାସଲ ପାଇଁ ଯୋଜନା କରିବେ। ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଇଚ୍ଛା ପୂରା କରିବାର ଚେଷ୍ଟାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ।

କର୍କଟ: ଆପଣଙ୍କ ମୁଣ୍ଡକୁ ଯେଉଁ ବିଚାର ଆସିବ ତାହା ସଫଳ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇ ଗୌରବାନ୍ବିତ ଅନୁଭବ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ସିଂହ: ନୂଆ ବ୍ୟବସାୟ ଆରମ୍ଭ ଲାଗି ଭାବିପାରନ୍ତି। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ। ବନ୍ଧୁ ସହିତ ମଉଜ ମସ୍ତିରେ ସମୟ ଅତିବାହିତ କରିବେ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କ୍ୟାରିୟର ନେଇ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ।

ତୁଳା: କୌଣସି କାମରେ ଯଥେଷ୍ଟ ଲାଭ ହେବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଜୀବନସାଥୀଙ୍କ ସହିତ ବୁଲି ଯିବାର ଯୋଜନା କରିବେ।

ବିଛା: ଜରୁରୀ କାମ ସଂପୂର୍ଣ୍ଣ କରିବା ପାଇଁ ପୂର୍ବ ପ୍ରସ୍ତୁତି କରନ୍ତୁ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ଧନୁ: ବ୍ୟବସାୟ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେବେ। ସନ୍ଧ୍ୟାରେ ବନ୍ଧୁ ସହିତ ସୁଖଦ ବାର୍ତ୍ତାଳାପ ହେବ।

ମକର: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଲେଖକଙ୍କ ମତକୁ ପ୍ରଶଂସା ମିଳିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।

କୁମ୍ଭ: ଚାକିରି ବୃତ୍ତିରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହୋଇଯିବ। ପଇସା ନେବା-ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବେକାରଙ୍କୁ ରୋଜଗାର ମିଳିବ।

ମୀନ: କୌଣସି ବିଶେଷ କାର୍ଯ୍ୟ ପୂରା କରିବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଚାକିରି ସମ୍ବନ୍ଧରେ ଶୁଭ ଖବର ମିଳିବା ହେତୁ ମନ ଖୁସି ରହିବ।

ସମ୍ବନ୍ଧିତ ଖବର