ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବ୍ୟବସାୟରେ ସବୁ ଭଲ ହେବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ତଲାସ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିବେ।

ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲନ୍ତୁ, ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

କର୍କଟ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଦାମ୍ପତ୍ୟ ଜୀବନରେ ସୁଖଦ ଅନୁଭୂତି ମିଳିବ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ସିଂହ: ଆପଣଙ୍କର ସଚ୍ଚୋଟପଣିଆ ପ୍ରତ୍ୟେକ ଜାଗାରେ ଆଲୋଚିତ ହେବ। ଜୀବନରେ ଆଗକୁ ବଢ଼ିବା ଲାଗି ଯୋଜନା ତିଆରି କରିବେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।

କନ୍ୟା: ନିଜର କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ବିବାହିତଙ୍କ ଲୋକଙ୍କ ଲାଗି ଦିନଟି ଉତ୍ତମ।

ତୁଳା: ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନ ମିଳିବ। ଘରେ ଛୋଟିଆ ସମାରୋହର ଆୟୋଜନ ହୋଇପାରେ। ପ୍ରେମ ବ୍ୟାପାରରେ ଗମ୍ଭୀରତା ଓ ଗୋପନୀୟତା ରଖନ୍ତୁ।

ବିଛା: ଦିନଟି ଆପଣଙ୍କ ଲାଗି ବହୁତ ଶୁଭ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ।

ଧନୁ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

ମକର: ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇଯିବ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

କୁମ୍ଭ: ନୂଆ କୌଶଳରେ କାମ ସମାପ୍ତ କରିପାରନ୍ତି। ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଭଲ ଫଳ ମିଳିବ।

ମୀନ: ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। କାରବାରରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର