ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

ବୃଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ତ୍ରୁଟିରେ ବିରକ୍ତି ନ ହୋଇ କ୍ଷମା କରିଦିଅନ୍ତୁ। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ।

ମିଥୁନ: ଆପଣଙ୍କର ଶିଷ୍ଟାଚାର ଦ୍ବାରା ଲୋକେ ପ୍ରଭାବିତ ହେବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: କୌଣସି ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ପାରିବାରିକ ସୁଖ ବୃଦ୍ଧି ହେବ। ପଡ଼ୋଶୀ ଆପଣଙ୍କ ସହିତ ଲାଗି ରହିଥିବା ମନାନ୍ତର ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବେପାରରେ ଆର୍ଥିକ ଲାଭ ହେବ।

କନ୍ୟା: ଆପଣଙ୍କ ସହିତ ସବୁ ଭଲ ହେବ। ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଚାକିରିଜୀବୀଙ୍କୁ ଉନ୍ନତି ପାଇଁ ନୂଆ ଅବସର ମିଳିବ।

ତୁଳା: ଦିନଟି ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାରେ ପରିପୂର୍ଣ୍ଣ ରହିବ। ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ବୃତ୍ତିରେ ନୂଆ ବିଚାର ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ।

ବିଛା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ସ୍ଥଗିତ କାମ ଆଗକୁ ବଢ଼ାଇବେ। ପୁଞ୍ଜି ବଜାରରେ ଲାଭ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ଧନୁ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀ ଡିଲ୍ କରିବା ପାଇଁ କିଛି ଦିନ ଅପେକ୍ଷା କରିଯାଆନ୍ତୁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

କୁମ୍ଭ: ପୁରୁଣା କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କର ସମ୍ମାନ କରିବେ। ଶିକ୍ଷାର୍ଥୀ ଲେଖାପଢ଼ାରୁ ବିମୁଖ ହେବେ।

ମୀନ: ଯେଉଁ କାମ ସଂପୂର୍ଣ୍ଣ କରିବାକୁ ଭାବିବେ, ଅଧିକ ପରିଶ୍ରମ ଓ ଏକାଗ୍ରତା ବଳରେ ତାକୁ ପୂରା କରିନେବେ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ।

ସମ୍ବନ୍ଧିତ ଖବର