ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ସହ କିଛି ଭଲ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବୃଷ: ଯେଉଁ କାମ କରିବାକୁ ଭାବିବେ ତାହା ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ।

ମିଥୁନ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରିନିଅନ୍ତୁ। ବେକାରଙ୍କୁ ଚାକିରିର ସୁଯୋଗ ଆସିବ। ଲେଖାପଢ଼ାରେ ବିଦ୍ୟାର୍ଥୀଙ୍କର ଗମ୍ଭୀରତା ବଢ଼ିବ।

କର୍କଟ: ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ବଡ଼ ଭାଇ ସାହାଯ୍ୟ କରିବେ।

ସିଂହ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସରେ ପରିବେଶ ସନ୍ତୋଷଜନକ ରହିବ। କାମ ନେଇ ଗହନ ବିଚାର କଲେ ପରିଣାମ ଆପଣଙ୍କ ପକ୍ଷରେ ଆସିବ।

କନ୍ୟା: କୌଣସି ନୂଆ କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ କାମର ବୋଝ ଅଧିକ ହେବ। ପ୍ରିୟବନ୍ଧୁର ସାହାଯ୍ୟ ପାଇବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ତୁଳା: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ନିଜ କାମରେ ପିଲାମାନଙ୍କ ସହଯୋଗ ପାଇବେ। ନୂଆ କାମ ଆରମ୍ଭ କରନ୍ତୁ ଭାଗ୍ୟର ସହଯୋଗ ପାଇବେ।

ବିଛା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅଫିସର କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଚିନ୍ତାରେ ରହିବେ।

ଧନୁ: ଆପଣଙ୍କର ସମୟ ପିଲାମାନଙ୍କ ଗହଣରେ ବିତିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ କଲେ ସ୍ବାସ୍ଥ୍ୟରେ ସୁଧାର ହେବ। ଯୋଜନା ତିଆରି କରି ପରିଶ୍ରମ କଲେ ଫଳ ମିଳିବ।

ମକର: ବିନା କାରଣରେ କାହା କଥାରେ ଦଖଲ ଦିଅନ୍ତୁ ନାହିଁ। ପରିବାରରେ କାହାରିକୁ ବଡ଼ ସଫଳତା ମିଳିବ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲିଯିବାର ଯୋଜନା କରିବେ।

କୁମ୍ଭ: କାମରେ ଲାଗି ରହିଥିବା ବାଧା ଦୂର ହେବ। ନୂଆ କାମ ପରାମର୍ଶ ନେଇ କରନ୍ତୁ। ଜୀବନସାଥୀଙ୍କ ସହ ବସି କଥାହେଲେ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ।

ମୀନ: ସ୍ବାସ୍ଥ୍ୟରେ ସୁଧାର ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କଲେ ସମ୍ମାନ ବଢ଼ିବ। କୌଣସି କାମରେ ଭଲ ପ୍ରଦର୍ଶନ ଦେବାପାଇଁ କିଛି ନୂଆ କରିବେ।

ସମ୍ବନ୍ଧିତ ଖବର