ମେଷ: ସବୁ କାମ ମନମୁତାବକ ପୂରା ହେବ। କୌଣସି ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। ଅଚାନକ ଧନଲାଭର ଅବସର ପାଇବେ। ପାରିବାରିକ ଜୀବନ ସୁଖକର ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ମିଥୁନ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। କ୍ଷୁଦ୍ର ଉଦ୍ୟୋଗୀଙ୍କର ଯଥେଷ୍ଟ ଲାଭ ହେବ।
କର୍କଟ: ପରିବାରର ପୂର୍ଣ୍ଣ ସହଯୋଗ ପାଇବେ। କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ଆପଣ ନିଜର ବିଚାରକୁ ଠିକ୍ ଭାବେ ପ୍ରକାଶ କରିପାରିବେ।
ସିଂହ: ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି। କଳା କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରମାନେ ପରିଶ୍ରମ ଅନୁସାରେ କମ୍ ପରିଣାମ ପାଇବେ।
କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। କାରବାର ବୃଦ୍ଧି ପାଇଁ ବଡ଼ ଭାଇଙ୍କର ସହଯୋଗ ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଭଲ ଫଳ ମିଳିବ।
ତୁଳା: ଉନ୍ନତି ଲାଗି ଭଲ ଅବସର ପାଇବେ। ସାମାଜିକ କାର୍ଯ୍ୟରେ ସଫଳ ହେବେ। ଲୁଗା ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।
ବିଛା: ଶୁଭ ସମାଚାର ମିଳିବାର ଯୋଗ ରହିଛି। ଆର୍ଥିକ ନିଷ୍ପତ୍ତି ଲାଭଦାୟକ ହେବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ।
ଧନୁ: ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ବଡ଼ଙ୍କ ପରାମର୍ଶ ମାନିଲେ ଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।
ମକର: ଅଫିସରେ ପୂର୍ବ ଅନୁଭବ କାମରେ ଆସିବ। ପରିବାର ସହିତ କୌଣସି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ। ପୁଞ୍ଜି ବଜାରରେ ନିବେଶ ପାଇଁ ଦିନଟି ଶୁଭ।
କୁମ୍ଭ: କୌଣସି ସଂଶୟ ସନ୍ଧ୍ୟା ସୁଦ୍ଧା ଦୂର ହୋଇଯିବ। ଆମଦାନିରେ ବୃଦ୍ଧି ହେବ। ଘରେ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ।
ମୀନ: ଆପଣ କିଛି ନୂଆ ଶିକ୍ଷାଲାଭ କରିବେ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ।