ମେଷ: ଅଫିସର ଜରୁରୀ କାମ ସାରିବାରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲାଠୁଁ ଦୂରରେ ରହନ୍ତୁ। ସନ୍ଧ୍ୟାରେ ପରିବାର ସହିତ ସମୟ କାଟିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କୌଣସି ଶୁଭ ସମାଚାର ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
ମିଥୁନ: ଆପଣ କୌଣସି ବିଷୟ ନେଇ ଚିନ୍ତନ ମନ୍ଥନରେ ବୁଡ଼ି ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ମହିଳାମାନେ ପୂର୍ବ କଥା ମନେପକାଇ ଖୁସି ହେବେ।
କର୍କଟ: ଶୁଭକାର୍ଯ୍ୟରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ସନ୍ତାନଙ୍କର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହୋଇପାରେ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ।
ସିଂହ: କିଛି ଲୋକଙ୍କ ସହିତ ଉପଯୋଗୀ କଥାବାର୍ତ୍ତା କରିପାରନ୍ତି। କଲେଜ ଜୀବନର କୌଣସି ସାଙ୍ଗର ଫୋନ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
କନ୍ୟା: ମାତାପିତାଙ୍କ ସହଯୋଗ ପାଇବେ। ପରିଶ୍ରମ ଓ ଏକାଗ୍ରତା ସହିତ କାମ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।
ତୁଳା: କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। କୌଣସି କାମର ଯୋଜନା ତିଆରି କରିପାରନ୍ତି। ପିଲାମାନଙ୍କୁ ମାଆଙ୍କ ଠାରୁ କୌଣସି ଉପହାର ମିଳିବ।
ବିଛା: କୌଣସି ପ୍ରସଙ୍ଗରେ କହିବା ସମୟରେ ସଂଯମୀ ରୁହନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟରେ ନୂଆ ବିଚାର ଲାଗୁ କଲେ ଲାଭ ହେବ।
ଧନୁ: ଆପଣଙ୍କୁ କିଛି ନୂଆ ଅନୁଭବ ମିଳିବ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଆପଣଙ୍କ କାମରେ ବରିଷ୍ଠଙ୍କ ପୂରା ସହଯୋଗ ପାଇବେ।
ମକର: ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ଘରୋଇ କାମ ସଂପୂର୍ଣ୍ଣ କରିବା ପାଇଁ ପରିବାର ଲୋକଙ୍କ ସହଯୋଗ ପାଇବେ। ବେପାରରେ ଉନ୍ନତିର ଅବସର ପାଇବେ।
କୁମ୍ଭ: ଲାଗି ରହିଥିବା ଅସୁବିଧା କମ୍ ହେବ। ଜରୁରୀ କାମରେ ବଡ଼ ଭଉଣୀଙ୍କର ସାହାଯ୍ୟ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ମନୋନୀତ ହୋଇପାରନ୍ତି।
ମୀନ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହିତ ପୁଣ୍ୟକ୍ଷେତ୍ରକୁ ଯାଇପାରନ୍ତି। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।