ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତ ରୁହନ୍ତୁ। ଅଚାନକ ଧନଲାଭ ହେବ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ।

ବୃଷ: ଆପଣଙ୍କୁ ବଡ଼ ଭାଇ ଭଉଣୀଙ୍କର ସହଯୋଗ ମିଳିବ। ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ମିଥୁନ: ଦିନଟି ବ୍ୟସ୍ତତା ଭରା ରହିବ। ବନ୍ଧୁ ସହିତ ବଚସା ହୋଇପାରେ। ବିରୋଧୀମାନେ ଆପଣଙ୍କ ଉପରେ ନଜର ରଖିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ମହତ୍ତ୍ବପୂର୍ଣ୍ଣ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ଜୀବନ ସୁଖକର ହେବ।

ସିଂହ: ଆପଣଙ୍କ କାମର ନୂଆ ଯୋଜନା ଆକର୍ଷକ ହେବ। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର କାମ ଆରମ୍ଭ ପୂର୍ବରୁ ବଡ଼ଙ୍କ ସହିତ ବିଚାର ବିମର୍ଶ କରନ୍ତୁ।

କନ୍ୟା: କୌଣସି କଥା ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ନିଜ କଳାର ସୌନ୍ଦର୍ଯ୍ୟବିଧାନ କରିବାରେ ମଉକା ମିଳିବ।

ତୁଳା: ଆପଣଙ୍କ କଳାତ୍ମକ ଓ ରଚନାତ୍ମକ କ୍ଷମତାକୁ ବହୁତ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ବିଛା: ଆପଣ ବହୁତ ସକ୍ରିୟ ରହିବେ। ଲୋକେ ଆପଣଙ୍କ ଠାରୁ ପ୍ରେରଣା ନେବେ। ଛୋଟ ଭାଇ ଭଉଣୀଙ୍କ ଲେଖାପଢ଼ାରେ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ନେଇ ସଚେତ ରୁହନ୍ତୁ।

ଧନୁ: ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ଖୁସିର ଭାଗୀଦାର ହେବେ। ଅଫିସରେ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେଉହେଉ ଅଧୁରା ରହିପାରେ। ପ୍ରେମ ଜୀବନ ଭଲ ରହିବ।

ମକର: ନୂଆ କାମ ଉପରେ ବିଚାର କରିବା ଲାଗି ଭଲ ଦିନଟିଏ। ଟଙ୍କା ପଇସା ମାମଲାରେ ସ୍ଥିତି ମଜଭୁତ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ କାମ କରିବାର ମଉକା ମିଳିବ।

କୁମ୍ଭ: ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।

ମୀନ: ବ୍ୟବସାୟୀ ଗୁରୁତ୍ବପୂର୍ଣ୍ଣ ଯୋଜନା ତିଆରି କରିବେ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମନାନ୍ତର ହେବ। ସ୍ବାସ୍ଥ୍ୟଲାଭ ପାଇଁ ଯୋଜନା କରିବେ।

ସମ୍ବନ୍ଧିତ ଖବର