ମେଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ସବୁ କଷ୍ଟ ନିବାରଣ ହେବ। କଥାବାର୍ତ୍ତା ଦ୍ବାରା ମାମଲାକୁ ଶାନ୍ତିରେ ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ। ମହିଳାମାନେ କିଣାକିଣି ଲାଗି ସହରକୁ ଯାଇପାରନ୍ତି।
ମିଥୁନ: ଅତ୍ୟଧିକ ଜିଦ୍ କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମରେ ସଫଳତା ପାଇବେ।
କର୍କଟ: ଆପଣଙ୍କର କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ।
ସିଂହ: ଅନ୍ୟମାନେ ଆପଣଙ୍କ ଯୋଜନା ଦ୍ବାରା ପ୍ରଭାବିତ ହେବେ। ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।
କନ୍ୟା: ଦିନଟି ବ୍ୟସ୍ତତାରେ କଟିବ। ଆପଣ କୌଣସି ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।
ତୁଳା: ସମ୍ବନ୍ଧ ମାମଲାରେ ନୂତନତ୍ବ ଆସିବ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଦେଶ ଯିବାର ମଉକା ମିଳିବ।
ବିଛା: ଭାଗ୍ୟର ପୂର୍ଣ୍ଣ ସହାୟତା ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।
ଧନୁ: ଆପଣ ଅଧିକାଂଶ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ମିଳିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ।
ମକର: କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି। ମନ ଚାହୁଥିବା କଂପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।
କୁମ୍ଭ: ପୁରୁଣା ଝଞଟ ଠାରୁ ଦୂରରେ ରୁହନ୍ତୁ। ନିବେଶ ବିଷୟରେ ଆପଣଙ୍କୁ ନୂଆ ପରାମର୍ଶ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ମୀନ: ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।