ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ ଶୁଭ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଓକିଲଙ୍କୁ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।

ବୃଷ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ବନ୍ଧୁ ସହିତ କୌଣସି କଥା ନେଇ ମତଭେଦ ହେବ। ଘର ପାଇଁ ଦରକାରୀ ଜିନିଷ କିଣିବେ।

ମିଥୁନ: ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବେପାରରେ ଲାଭ ହେବ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ।

କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଲୋକେ ଆପଣଙ୍କ ସ୍ବଭାବ ଦ୍ବାରା ପ୍ରଭାବିତ ହେବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ।

ସିଂହ: କ୍ୟାରିୟରରେ ଆପଣ ନିଜ ଗୁରୁଙ୍କ ସହଯୋଗ ପାଇବେ। ଟଙ୍କା ପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ।

କନ୍ୟା: ଆପଣ ନିଜ ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ତୁଳା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ବେପାରରେ ଲାଭ ମିଳିବାର ଆଶା। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ।

ବିଛା: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ବୈବାହିକ ଜୀବନ ଭଲ ରହିବ।

ଧନୁ: ଆପଣଙ୍କ ମନ ସକାରାତ୍ମକ ରହିବ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ କାମରେ ଯାତ୍ରା ଯୋଗ ରହିଛି।

ମକର: ମାତାପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଆପଣ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ। ଛାତ୍ରମାନେ ନୂଆ କ୍ରିୟାକଳାପରେ ସାମିଲ ହୋଇପାରନ୍ତି।

କୁମ୍ଭ: କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

ମୀନ: ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ। ନୂଆ ବେପାରେ ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। ପ୍ରିୟ ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ।

ସମ୍ବନ୍ଧିତ ଖବର