ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ବ୍ୟାଙ୍କ କାମ ସ˚ପୂର୍ଣ୍ଣ କରିବା ଲାଗି ଭଲ ଦିନଟିଏ। ପ୍ରେମିକ ଆପଣଙ୍କୁ ଉପହାର ଦେଇପାରନ୍ତି।

ବୃଷ: ଅତୀତର କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବିଶେଷ ପ୍ରସଙ୍ଗରେ ସିନିୟରଙ୍କ ସହିତ କଥାବାର୍ତ୍ତା ହେବେ। ପୁଞ୍ଜି ବଜାରରେ ନିବେଶ ପାଇଁ ଭଲ ଦିନଟିଏ।

ମିଥୁନ: ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବେ। କାରବାର ବୃଦ୍ଧି ହେବ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଘରକୁ ବନ୍ଧୁ ଆସିବେ।

କର୍କଟ: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଭଲ ସୁଯୋଗ ପାଇବେ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ।

ସି˚ହ: ବ୍ୟବସାୟରେ ଚୁକ୍ତିପତ୍ର ସ୍ବାକ୍ଷର କରିବେ। ଧାର ଦେଇଥିବା ଟଙ୍କା ଫେରି ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଉତ୍ତମ।

କନ୍ୟା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଯାହା ବି କାମ କରିବେ ସଫଳ ହେବେ। ନେତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ।

ତୁଳା: ସକାରାତ୍ମକ ଭାବନାରେ ରହନ୍ତୁ। ବ୍ୟବସାୟରେ ଡିଲ୍‌ କରିବା ପୂର୍ବରୁ ସବୁ କିଛି ଯାଞ୍ଚ କରିନିଅନ୍ତୁ। ଘର ପାଇଁ ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହେବ।

ବିଛା: ଯୋଜନାକୁ ଗୋପନ ରଖନ୍ତୁ, ଭଲ ହେବ। କାମର ତାଲିକା କରି ଆଗକୁ ବଢ଼ନ୍ତୁ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ଆନନ୍ଦମୟ ହେବ।

ଧନୁ: ଗରମ ମିଜାଜ ଆପଣଙ୍କୁ ଲାଭ ଦେବ। ଅଫିସରେ କୌଣସି କଥାକୁ ନେଇ ଲାଗି ରହିଥିବା ଝଞ୍ଜଟ ଠିକ୍‌ କରିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ପୂଜାପାଠରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅ˚ଶଗ୍ରହଣ କରିବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ।

କୁମ୍ଭ: ନୂଆ କାରବାରରେ ପୁଞ୍ଜି ଲଗାଇବେ। ସମାଜରେ ପ୍ରସିଦ୍ଧି ଅର୍ଜନ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ମୀନ: ବ୍ୟବସାୟରେ ଲାଭ ପାଇବେ। ଭଲ ଚାକିରିର ସୁଯୋଗ ଆସିପାରେ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।

ସମ୍ବନ୍ଧିତ ଖବର