ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବୃଷ: କାମରେ ବ୍ୟସ୍ତ ରହିବା ହେତୁ ପିଲାଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବେପାରରେ ଲାଭ ହେବ।

ମିଥୁନ: କାମରେ ଲାଗି ରହିଥିବା ଅବରୋଧ ଦୂର ହେବ। ବନ୍ଧୁ ସହଯୋଗର ହାତ ବଢ଼ାଇବେ। ପାରିବାରିକ ଜୀବନ ସୁଖଦ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ପରିବାରର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ।

ସିଂହ: ଉପରିସ୍ଥ କର୍ମଚାରୀ ଆପଣଙ୍କର ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ବାହାରକୁ ଯିବା ବେଳେ ସତର୍କ ରହନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା: ଶୁଭ ସମାଚାର ମିଳିବା ଯୋଗୁଁ ଘରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ପରିବାରର ମତ ନିଅନ୍ତୁ। ପ୍ରେମ ଜୀବନ ମଧୁର ରହିବ।

ତୁଳା: ଦୀର୍ଘ ଦିନ ଧରି ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁର ସାହାଯ୍ୟ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଶିକ୍ଷକ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।

ବିଛା: ବେପାରରେ ବାକି ପଡ଼ିଥିବା ପଇସା ପାଇବେ। କାର୍ଯ୍ୟକ୍ଷେତ୍ରରେ ମାନ ମର୍ଯ୍ୟାଦା ବଢ଼ିବ। ଜୀବନସାଥୀ ଉପରେ ଭରସା ରଖନ୍ତୁ ସମ୍ବନ୍ଧ ମଜଭୁତ ହେବ।

ଧନୁ: ନୂଆ କାମ ଆରମ୍ଭ କରନ୍ତୁ, ଯଥେଷ୍ଟ ଲାଭ ମିଳିବ। ପାଖଲୋକ ଆପଣଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରନ୍ତି। ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।

ମକର: ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତି ବଢ଼ିବ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ।

କୁମ୍ଭ: ଅନଲାଇନରେ ଟଙ୍କା ରୋଜଗାରର ମଉକା ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମୀନ: ବ୍ୟବସାୟରେ ସାହସର ସହିତ କାମ କରିବେ। ଧନ ମାମଲାରେ ସ୍ଥିତି ଠିକ୍ ରହିବ। ସନ୍ତାନ ଠାରୁ ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର