ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦକୁ ସୁସ୍ଥ ସବଳ ଅନୁଭବ କରିବେ। ଫିଲ୍ମ ଉଦ୍ୟୋଗରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଛାତ୍ରମାନେ ଖେଳରେ ଭାଗ ନେବେ।

ମିଥୁନ: କଳ୍ପନାଶକ୍ତି ଆପଣଙ୍କ ଲକ୍ଷ୍ୟ ପୂରା କରିବାରେ ସହାୟକ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ।

କର୍କଟ: ଆର୍ଥିକ ନିଷ୍ପତ୍ତି ଲାଭଦାୟକ ହେବ। ଆଶା ରଖିଥିବା କଂପାନିରେ ଚାକିରି ମିଳିବା ଯୋଗୁଁ ମନ ଖୁସି ହେବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ସିଂହ: ଅଫିସରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ଆପଣଙ୍କ ପ୍ରତି ସକାରାତ୍ମକ ରହିବ। ବ୍ୟବସାୟରେ ନୂଆ ପରିଯୋଜନା ଲାଗୁ କଲେ ଲାଭ ହେବ। ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ।

କନ୍ୟା: ଚାକିରି ବୃତ୍ତିରେ ସ୍ଥିରତା ବଜାୟ ରହିବ। ଅଚାନକ କୌଣସି ନୂଆ ସ୍ରୋତରୁ ଧନଲାଭ ହେବ। ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ।

ତୁଳା: ବେପାରରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଯିବେ। କୌଣସି ବ୍ୟକ୍ତିଙ୍କ ସହିତ କଥା ହୋଇ ସାରା ଦିନର କ୍ଳାନ୍ତି ଦୂର ହୋଇଯିବ।

ବିଛା: ଅନ୍ୟମାନଙ୍କ ସହିତ ଆପଣଙ୍କର ଭଲ ତାଳମେଳ ରହିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ନେତାଙ୍କ ଲାଗି ଦିନଟି ଭଲ।

ଧନୁ: କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। କିଛି କାମରେ ଅବରୋଧ ସୃଷ୍ଟି ହୋଇପାରେ। ପ୍ରେମୀଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ।

ମକର: ଦୈନନ୍ଦିନ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

କୁମ୍ଭ: ପାରିବାରିକ ସମସ୍ୟା ପାଇଁ ଆପଣ ଚିନ୍ତିତ ରହିବେ। ଆପଣଙ୍କୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହିତ ମିଶନ୍ତୁ। କାମ ପୂରା କରିବା ପାଇଁ ନୂଆ କୌଶଳ ବାହାର କରିବେ।

ମୀନ: ନିଜର ଭବିଷ୍ୟତକୁ ନେଇ ଚିନ୍ତା କରିବେ। ମାତାପିତାଙ୍କ ଆର୍ଥିକ ସହଯୋଗ ପାଇବେ। ଜୀବନସାଥୀ କିଛି ଭଲ ଜିନିଷ ତିଆରି କରି ଖାଇବାକୁ ଦେବେ।

ସମ୍ବନ୍ଧିତ ଖବର