ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏକାଗ୍ରତା ସହିତ ପରିଶ୍ରମ କରିବେ। ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ରାଜନୀତିରେ ମନ ଚାହୁଥିବା ପଦବି ପାଇବେ।

ବୃଷ: ପରିବାରର ସମସ୍ତଙ୍କ ସହିତ ଆପଣଙ୍କର ଭଲ ତାଳମେଳ ରହିବ। ଜମି କିଣିବାର ସୁଯୋଗ ଆସିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।

ମିଥୁନ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଲାଭ ପାଇଁ କିଛି ଅବସର ପାଇବେ। ଘର ପାଇଁ କୌଣସି ସାମଗ୍ରୀ କିଣିବେ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

କର୍କଟ: ଅଫିସରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ। କୌଣସି ଶୁଭ ସମାଚାର ମିଳିବ। ନୂଆ ଉତ୍ସରୁ ଅଚାନକ ଧନଲାଭ ହେବ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। କାରବାରରେ ଉନ୍ନତିର ସୁଯୋଗ ପାଇବେ। ପରିବାର ସହିତ ସୁଖଦ ସମୟ କାଟିବେ।

କନ୍ୟା: ଭାବିଥିବା କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ମାନ୍ଦାବସ୍ଥା ପାଇଁ ମାନସିକ ଅଶାନ୍ତି ବଢ଼ିବ। ବୈବାହିକ ଜୀବନରେ ସ୍ଥିରତା ବଜାୟ ରହିବ।

ତୁଳା: ନିରାପଦ ଭବିଷ୍ୟତ ପାଇଁ ଚିନ୍ତା କରିବେ। ମାତା ପିତାଙ୍କ ସାହାଯ୍ୟରେ କିଛି କାମ ପୂରା ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ।

ବିଛା: ମନରେ ସକାରାତ୍ମକ ବିଚାର ରହିବ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଅଫିସରେ ଆପଣଙ୍କର ପ୍ରଶଂସା ହେବ। ଅନ୍ୟମାନଙ୍କ ସାହାଯ୍ୟରେ ଧନଲାଭ ହେବ।

ଧନୁ: ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିନେବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମକର: କୌଣସି କାମ ନେଇ ମନରେ ଭିନ୍ନ ବିଚାର ଆସିପାରେ। ବ୍ୟବସାୟ ବୃଦ୍ଧି ପାଇଁ ସାହାଯ୍ୟ ପାଇବେ। ବନ୍ଧୁ ସହିତ ଭ୍ରମଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।

କୁମ୍ଭ: ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ପାଇବେ। କୌଣସି କଥାକୁ ନେଇ ଉତ୍ସୁକତା ବଜାୟ ରହିବ। ପରିବାରରେ ଖୁସିର ବାତାବରଣ ରହିବ।

ମୀନ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖି ଚଳିବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ପାଇବେ।

ସମ୍ବନ୍ଧିତ ଖବର