publive-imageମେଷ: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ। ମହିଳାମାନେ ରୋଷେଇ କରୁଥିବା ସମୟରେ ସାବଧାନ ରୁହନ୍ତୁ।

Advertisment

publive-imageବୃଷ: ଅର୍ଥ ସମ୍ବନ୍ଧରେ ଗମ୍ଭୀରତାର ସହ ବିଚାର କରିବେ। ପଡ଼ୋଶୀ ସହିତ ମତଭେଦ ହେବାର ଆଶଙ୍କା ରହିଛି। ବିଦେଶରେ ପଢୁଥିବା ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

publive-imageମିଥୁନ: ନିଜର ସମସ୍ୟା କାହାରିକୁ କୁହନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କଲେ କ୍ଷତି ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

publive-imageକର୍କଟ: ଅନ୍ୟମାନଙ୍କ ଉପରେ ଭଲ ପ୍ରଭାବ ପକାଇବା ପାଇଁ ଚେଷ୍ଟା କରିବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଶୁଭ। ପରିବାରରେ ଦାୟିତ୍ବ ବଢ଼ିବ।

publive-imageସିଂହ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ବେପାର ମାମଲାରେ ନୂଆ ନୂଆ ବିଚାର ଆସିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

publive-imageକନ୍ୟା: ଘରୋଇ କାମରେ ବ୍ୟସ୍ତ ରହିବା ହେତୁ ବ୍ୟବସାୟରେ ଧ୍ୟାନ ଦେଇପାରିବେ ନାହିଁ। ଜୀବନସାଥୀ କିଛି ଭଲ ଚିଜ ଖାଇବାକୁ ଦେବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageତୁଳା: ଆପଣଙ୍କ ବ୍ୟବହାର ସକାରାତ୍ମକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ପ୍ରସାଧନ ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ।

publive-imageବିଛା: ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଧ୍ୟାପକଙ୍କ ଲାଗି ଭଲ ଦିନଟିଏ। ଜମି କିଣି ପାରନ୍ତି। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageଧନୁ: ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ଇଂଜିନିୟରଙ୍କୁ ନୂଆ ପ୍ରକଳ୍ପରେ କାମ ମିଳିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।

publive-imageମକର: ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ।

publive-image

କୁମ୍ଭ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। କୌଣସି କାଠ ସାମଗ୍ରୀ କିଣିବେ।

publive-imageମୀନ: କୌଣସି ଶୁଭ ସମାଚାର ପାଇବେ। ପୁଞ୍ଜି ବଜାରରେ ନିବେଶ ଲାଗି ଦିନଟି ଶୁଭ। ଅଫିସର ପରିବେଶ ଟିକେ ଅଲଗା ରହିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।