ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାମର ପ୍ରଶଂସା ହେବ। ଜନ ସଂପର୍କ ବଢ଼ିବ। ନୂଆ ଜିନିଷ କିଣି ପାରନ୍ତି। ଘରେ କୌଣସି ଉତ୍ସବ ପାଇଁ ବାତାବରଣ ଆନନ୍ଦମୟ ରହିବ।

ବୃଷ: ଭାଗ୍ୟର ଦ୍ବାର ଖୋଲିପାରେ। ସବୁ କାମରେ ସଫଳତା ହାସଲ କରିବେ। ନୂଆ ବାହନ କିଣିବା ଲାଗି ବିଚାର କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ତିଆରି କରିବେ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।

କର୍କଟ: ଆମଦାନି ପାଇଁ ନୂଆ ସୁଯୋଗ ପାଇବେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ଜମି କିଣିବା ପାଇଁ ଯୋଜନା କରିବେ। ରାତିରେ ଭଲ ନିଦ ହେବ।

ସିଂହ: ନିଜର ପ୍ରତିଭା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆପଣଙ୍କ ଜୀବନକୁ ବହୁତ ଭଲ ସଂପର୍କ ଆସିବ।

କନ୍ୟା: ମାନସିକ ରୂପେ ଅଶାନ୍ତି ମୁକ୍ତ ରହିବେ। ବ୍ୟବସାୟରେ ମନ ଚାହୁଁଥିବା ଲାଭ ପାଇବେ। ବନ୍ଧୁ ସହଯୋଗରେ ଶତ୍ରୁଙ୍କୁ ଦମନ କରିବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଶତ୍ରୁ କ୍ଷତି କରିପାରିବେ ନାହିଁ। ଚାକିରିରେ ଥିବା ବ୍ୟକ୍ତି ନୂଆ କାମର ଅନ୍ବେଷଣ କରିବେ।

ବିଛା: ଦିନଟି ଭଲ‌ରେ ଆରମ୍ଭ ହେବ। ସନ୍ଧ୍ୟା ବେଳେ ‌ଛୋଟ କଥାକୁ ନେଇ ଘରେ ବିବାଦ ହେବ। ଶତ୍ରୁଙ୍କ ଷଡ୍‌ଯନ୍ତ୍ର ପ୍ରଘଟ ହୋଇଯିବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ।

ଧନୁ: ନୂଆ କାମ ଆରମ୍ଭ କରନ୍ତୁ, ସଫଳତା ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରିୟଜନଙ୍କ ସହିତ ମିଶିବା ଲାଗି ଭଲ ସମୟ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।

ମକର: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଟେଲିଭିଜନ ଦୁନିଆରେ ଭାଗ୍ୟ ପରୀକ୍ଷା ପାଇଁ ଦିନଟି ଶୁଭ। ଚାକିରିରେ ପଦୋନ୍ନତି ମିଳିପାରେ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ବନ୍ଧୁ ଓ ଭାଇଙ୍କର ସହଯୋଗ ପାଇବେ। ଆୟ ବଢ଼ିପାରେ ଓ ପଦୋନ୍ନତି ବି ମିଳିପାରେ। ରାଜନୀତିରେ ଖ୍ୟାତି ଅର୍ଜନ କରିବେ।

ମୀନ: ଭାବିଚିନ୍ତି କାମ କରନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ସମ୍ବନ୍ଧ ସୁଖଦ ହେବ।

ସମ୍ବନ୍ଧିତ ଖବର