ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବର କୌଣସି ସମସ୍ୟା ଆପଣଙ୍କ ସମ୍ମୁଖକୁ ଆସିପାରେ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ପରିବାରର ସମର୍ଥନ ମିଳିବ।

ବୃଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। କାରବାରରେ ଉନ୍ନତି ହେବ। ଅଫିସରେ କୌଣସି ନୂଆ କାମ ପାଇବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।

ମିଥୁନ: କାମରେ ମନ ଲାଗିବା ଯୋଗୁଁ କାରବାର ବୃଦ୍ଧି ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ପ୍ରେମିକ ପ୍ରେମିକା ମନୋରମ ସ୍ଥାନକୁ ବୁଲି ଯିବେ।

କର୍କଟ: କାମର ବୋଝ ଅଧିକ ହୋଇପାରେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରମାନେ ବନ୍ଧୁ ସହିତ ମିଳାମିଶା କରିବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ପ୍ରେମ ସମ୍ବନ୍ଧରେ ନକାରାତ୍ମକ ଅନୁଭବ ମିଳିପାରେ।

କନ୍ୟା: ଅଫିସରେ ନୂଆ କାମର ଦାୟିତ୍ବ ପାଇପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ ରହିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ତୁଳା: କୌଣସି ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବିଛା: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଳସ୍ୟ ପାଇଁ କୌଣସି ଜରୁରୀ କାମ ଅଧୁରା ରହିବ। ଜମି ଦଲାଲଙ୍କୁ ଲାଭ ହେବ।

ଧନୁ: କୌଣସି ମାମଲା ନେଇ ଅସ୍ତବ୍ୟସ୍ତ ରହିବେ। ଭାବିଚିନ୍ତି ବ୍ୟବସାୟରେ ଭାଗୀଦାରି କରନ୍ତୁ। ଇଂଜିନିୟର ଛାତ୍ରଙ୍କ ଲାଗି ନୂଆ ସୁଯୋଗ ଆସିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ମକର: ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ପାରିବାରିକ ଜୀବନ ସୁଖକର ହେବ।

କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିପାରେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ।

ମୀନ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୋର୍ଟ କଚେରି ମାମଲାରେ ଜିତିବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର