ମେଷ: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ।
ମିଥୁନ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।
କର୍କଟ: ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ।
ସିଂହ: ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।
କନ୍ୟା: ବନ୍ଧୁ ମାଧ୍ୟମରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଘରୋଇ ପରିବେଶ ଶାନ୍ତିମୟ ରହିବ। ପ୍ରେମ ବ୍ୟାପାର ପାଇଁ ଭଲ ଦିନଟିଏ।
ତୁଳା: କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ରହିଛି।
ବିଛା: ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବିରୋଧୀ ପକ୍ଷ ଗୋପନରେ ଆପଣଙ୍କୁ ପ୍ରଶଂସା କରିବେ।
ଧନୁ: ପିତାଙ୍କର ଆୟରେ ବୃଦ୍ଧି ହେବ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।
ମକର: ଆପଣ ନିଜ କାମ ପାଇଁ ପ୍ରଶଂସା ଓ ପୁରସ୍କାର ପାଇବେ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ବ୍ୟବସାୟରେ ବିକ୍ରି ଓ ଆର୍ଥିକ ଲାଭ ବଢ଼ିବ।
କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହା ପ୍ରତି ଆକର୍ଷିତ ହେବେ। ମହିଳାମାନେ ଜିନିଷ କିଣିବା ପାଇଁ ସହରକୁ ଯିବେ। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ।
ମୀନ: କୌଣସି କଥା ନେଇ ଭାବପ୍ରବଣ ରହିବେ। ଅଧୁର ଥିବା କାମ ସଂପୂର୍ଣ୍ଣ ହେବ। ନାମ ଓ ଯଶ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ।