ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ମାମଲା ଟିକେ ଗମ୍ଭୀର ରହିବ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ମାମୁଁ ଘରୁ ଭଲ ଖବର ପାଇବେ। ସପରିବାର ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି।

ବୃଷ: ଅଧିକ ସମୟ ପରିବାର ସହିତ ଅତିବାହିତ କରିବେ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ଆମଦାନି ପାଇଁ ନୂଆ ଅବସର ପାଇବେ।

ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଚାକିରି ବୃତ୍ତିରେ ପରିସ୍ଥିତି ଉତ୍ତମ ରହିବ। ସନ୍ତାନଙ୍କ ସାହାଯ୍ୟରେ କୌଣସି ବଡ଼ କାମ ପୂରା ହୋଇଯିବ।

କର୍କଟ: ଜୀବନରେ ସ୍ଥିରତା ଆସିବ। ଅଧୁରା ରହିଥିବା ସରକାରୀ କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ।

ସିଂହ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ, ଲାଭପ୍ରଦ ହେବ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ। ଈଶ୍ବରଙ୍କ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଆଗକୁ ବଢ଼ିବାର ଦିନଟିଏ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଅଚାନକ ଧନଲାଭ ହେବ। କଥାବାର୍ତ୍ତା ବେଳେ ଶବ୍ଦ ଚୟନ ଉପରେ ଧ୍ୟାନ ଦିଅନ୍ତୁ।

ବିଛା: ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆମଦାନି ହେବ। ଲୋକେ ଆପଣଙ୍କର ପ୍ରଶଂସା କରିବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ।

ଧନୁ: କାମ ସମାପ୍ତ କରି ଆରାମ ଅନୁଭବ କରିବେ। ଷ୍ଟକ୍ ଓ ମ୍ୟୁଚୁଆଲ୍ ଫଣ୍ଡ୍‍ରେ ନିବେଶ ଲାଭଦାୟକ ରହିବ। ପରିଜନ ଓ ବନ୍ଧୁଙ୍କ ପାଇଁ ସମୟ ବାହାର କରିବେ।

ମକର: ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ନକାରାତ୍ମକ ବିଚାରଠୁଁ ଦୂରରେ ରୁହନ୍ତୁ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ।

କୁମ୍ଭ: ଯାହା ବି କାମ କରିବେ ଆରାମରେ ସଂପୂର୍ଣ୍ଣ ହୋଇଯିବ। କୌଣସି ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ମାନ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଅଛି।

ମୀନ: ସନ୍ତାନ ଆପଣଙ୍କୁ ଭଲ ଖବର ଦେବେ। ଜୀବନକୁ ଉତ୍କୃଷ୍ଟ କରିବା ଲାଗି ନୂଆ ପଦକ୍ଷେପ ନେବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଅନୁକୂଳ ରହିବ।

ସମ୍ବନ୍ଧିତ ଖବର