ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆପଣଙ୍କ ଠାରୁ କର୍ତ୍ତୃପକ୍ଷଙ୍କର ବହୁତ ଆଶା ରହିବ।

ବୃଷ: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ପାରିବାରିକ ଜୀବନ ସୁଖକର ହେବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଆଶାଠୁଁ ଅଧିକ ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମାଜରେ ପ୍ରଶଂସା ମିଳିବ। ସମ୍ବନ୍ଧରେ ମଧୁରତା ବଢ଼ିବ।

କର୍କଟ: ଯୋଜନା ତିଆରି କରି ଲାଗୁ କରିବାକୁ ଚେଷ୍ଟା କରିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। କମ୍ ପରିଶ୍ରମରେ ଉଚ୍ଚ ପଦକୁ ଉନ୍ନୀତ ହୋଇପାରନ୍ତି।

ସିଂହ: ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ କରିବେ। ଆପଣଙ୍କ ସଫଳତା ମାର୍ଗରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ଠିକ୍ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଧର୍ମଗ୍ରନ୍ଥ ଆଦି କିଣି ପାରନ୍ତି। ଆର୍ଥିକ ଲାଭର ସମ୍ଭାବନା ରହିଛି।

ତୁଳା: ଘରେ ବଡ଼ଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କଳା ଛାତ୍ରଙ୍କ ଲାଗି ଦିନଟି ଶୁଭ।

ଧନୁ: କରିଆସୁଥିବା କାମରେ ଭଲ ପରିଣାମ ପାଇବେ। ପଦୋନ୍ନତର ସମ୍ଭାବନା ରହିଛି। ରାଜନୀତିରେ ସଫଳତା ପାଇବେ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ।

ମକର: ସହକର୍ମୀଙ୍କ ସହିତ ତର୍କବିତର୍କ ହୋଇପାରେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ: ଜୀବନସାଥୀଠୁଁ ଭଲ ଖବର ଶୁଣିବେ। ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଲେଖକଙ୍କୁ ଖ୍ୟାତି ମିଳିବ।

ମୀନ: କାରବାର ବୃଦ୍ଧି ପାଇଁ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

ସମ୍ବନ୍ଧିତ ଖବର