ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। କୋର୍ଟ କଚେରି ମାମଲାରେ ଆରାମ ପାଇବେ।

ବୃଷ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। କାରବାରରେ ସ୍ଥଗିତ ଥିବା କାମ ପୂରା ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମିଥୁନ: ଶକ୍ତି ଓ ପ୍ରେରଣାରେ ଭରି ରହିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆପଣଙ୍କୁ କାହାରି ଛୋଟିଆ କଥା ଭାରି ଖରାପ ଲାଗିବ।

କର୍କଟ: ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବେ। ମହିଳାମାନଙ୍କୁ ଆପଣାର ଲୋକଙ୍କ ବ୍ୟବହାର ଭାରି ଦୁଃଖ ଦେବ।

ସି˚ହ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବ୍ୟବସାୟରେ ଉନ୍ନତି ହେବ। ଘରେ ଲାଗିରହିଥିବା ବିବାହ ସମସ୍ୟାର ସମାଧାନ ହୋଇଯିବ।

କନ୍ୟା: ନୂଆ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। ଜମି ଦଲାଲଙ୍କୁ ଲାଭ ହେବ। ଚାକିରିରେ ଦରମା ବୃଦ୍ଧିର ସୂଚନା ପାଇବେ। ପାରିବାରିକ ଜୀବନରେ ସୁଖୀ ରହିବେ।

ତୁଳା: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ ଲାଭ ହେବ। ଭାବିଚିନ୍ତି ବ୍ୟବସାୟରେ ଭାଗୀଦାର ବନାନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

ବିଛା: ସାମାଜିକ ଓ ରାଜନୀତିକ କାମରେ ମନ ଲାଗିବ। ଅଫିସରେ ସହକର୍ମୀଙ୍କ ସହଯୋଗରେ ଆରାମ ଅନୁଭବ କରିବେ। ପାରିବାରିକ ଜୀବନ ସୁଖକର ହେବ।

ଧନୁ: ଆପଣଙ୍କ ପ୍ରତି ଲୋକଙ୍କ ବିଶ୍ବାସ ଅତୁଟ ରହିବ। ବ୍ୟବସାୟରେ ଲାଭ ପାଇବେ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ରୀମାନେ ଖୁସି ମିଜାଜରେ ରହିବେ।

ମକର: ଜୀବନସାଥୀଙ୍କ ସହିତ ଧର୍ମ ସ୍ଥାନକୁ ଯାଆନ୍ତୁ ଶୁଭଫଳ ପାଇବେ। ବେପାରରେ ଉନ୍ନତି ହେବ। ପ୍ରେମିକାଙ୍କୁ ଲୋଭନୀୟ ବସ୍ତୁ ଉପହାର ଦେବେ।

କୁମ୍ଭ: ବେପାରରେ ଅଚାନକ ଧନଲାଭ ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଜୀବନସାଥୀଙ୍କ ସହଯୋଗରେ ପାରିବାରିକ ସମ୍ବନ୍ଧ ସୁଧାରିବେ।

ମୀନ: କର୍ମ ଜୀବନରେ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଘରକୁ କୁଣିଆ ଆସିପାରନ୍ତି।

ସମ୍ବନ୍ଧିତ ଖବର